Latest Odisha News

BREAKING NEWS

ଗାଁରେ ବାରହା ଆତଙ୍କ, ୩ ଗୁରୁତର ସହ ୬ ଆହତଙ୍କୁ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ : ଗାଁରେ ବାରହା ଆତଙ୍କ । କାମାକ୍ଷାନଗର ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଘମୁଣ୍ଡା ଗାଁରେ ବାରହା ପଶି ଲୋକଙ୍କୁ ଗୋଡାଇ ଆକ୍ରମଣ କରିଛି। ବାରହା ଆକ୍ରମଣରେ ୬ ଜଣ ଆହତ ହୋଇପଡ଼ିଥିବା ବେଳେ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଛି । ଉଭୟ ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

କିଛି ଦିନ ଧରି ଏହି ଅଞ୍ଚଳରେ ବାରହା ଆତଙ୍କ ଖେଳାଇଥିବା ବେଳେ ଆଜି ନିକଟ ଜଙ୍ଗଲରୁ ବାରହାଟି ଗାଁ ଭିତରକୁ ପଶିଆସିଥିଲା। ଗାଁରେ ପଶି ଲୋକଙ୍କୁ ଗୋଡାଇ ଆକ୍ରମଣ କରିଥିଲା ।  ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣକୁ ନେଇ ଗାଁରେ ଲୋକମାନେ ଆତଙ୍କିତ ରହିଛନ୍ତି ।

Comments are closed.