Latest Odisha News

BREAKING NEWS

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋରାପୁଟ: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ଅଞ୍ଚଳରେ । ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପାହାଡ଼ଠାରୁ ବକ୍ସାଇଟ ବହନ କରୁଥିବା ହାଇୱାରେ ଗତକାଲି ସନ୍ଧ୍ୟାରେ ଅଚାନକ ନିଆଁ ଲାଗି ଯାଇଥିଲା । ଏହି ଗାଡ଼ି ବକ୍ସାଇଟ ଅନଲୋଡ଼ିଂ କରି ପାହାଡ଼ ଉପରକୁ ଯାଉଥିଲା । ଏହି ସମୟରେ ହାଇୱାରେ ହଠାତ୍ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ସୌଭାଗ୍ୟବଶତଃ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର ।

Comments are closed.