Latest Odisha News

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗପଦର ଗ୍ରାମ ନିକଟରେ ଶନିବାର ଦିନ ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ବୋଗପଦର ଅଞ୍ଚଳ ନିକଟରେ ଶନିବାର ଦିନ ଯବାନମାନେ କମ୍ବିଂ ଅପରେସନ୍ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ତେବେ ମାଓବାଦୀଙ୍କ ପକ୍ଷରୁ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ଅନ୍ୟପକ୍ଷରେ ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.