Latest Odisha News

BREAKING NEWS

କୋରିଆ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁନିତା ଲାକ୍ରା, ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କାଙ୍କୁ ଅଭିବାଦନ ଜଣାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ମେ’ ୨୦ ତାରିଖରୁ କୋରିଆର ଜିନଚୁନ୍ ନ୍ୟାଶନାଲ୍ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ ଆୟୋଜକ ଟିମ ବିରୋଧରେ ଖେଳିବ।

Leave A Reply

Your email address will not be published.