Latest Odisha News

BREAKING NEWS

ବେଆଇନ ଭ୍ରୁଣ ନିରୁପଣ ଘଟଣାରେ ତନାଘନା, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ : କଟକରେ ବେଆଇନ୍ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ରେଡ୍ ଘଟଣାରେ ତନାଘନା । ରେଡ୍ ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଭ୍ରୁଣର ଲିଙ୍ଗ ନିରୁପଣ ପାଇଁ ମହିଳାଙ୍କୁ କଟକ କାଠଗୋଲା ସାହିରେ ଥିବା ଆଲଫା ଡାଇଗ୍ନୋଷ୍ଟିକ୍ ଲ୍ୟାବକୁ ପଠାଯାଉଥିଲା । ଏହି ଘଟଣାରେ କଟକ ଟାଙ୍ଗୀ ଅଞ୍ଚଳର ସନ୍ତୋଷ ଲେଙ୍କା ଓରଫ ପିଣ୍ଟୁ ଏବଂ ଯାଜପୁର ରାମଚନ୍ଦ୍ରପୁର ଅଞ୍ଚଳର ହୃଷୀକେଶ ସାହୁ ଓରଫ ଟୁଟୁକୁ ଗିରଫ କରିଛି ପୋଲିସ ।

ଲ୍ୟାବରୁ ଗିରଫ ହୋଇଥିବା ନକଲି ଡାକ୍ତର ତଥା ମାଲିକ ପ୍ରସନ୍ନ କୁମାର ସାହୁ ଏବଂ ମେଡିସିନ ଦୋକାନ କରିଥିବା ପିଣ୍ଟୁ ଏବଂ ଟୁଟୁ ଦୁହେଁ ପରିଚିତ । ମେଡିସିନ ଦୋକାନକୁ ଯେଉଁ ଗର୍ଭବତୀ ଆସିଥାନ୍ତି, ସେମାନଙ୍କୁ ଆଲଫା ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ପଠାଯାଇଥାଏ । ଆଉ ଲିଙ୍ଗ ନିରୁପଣ ପାଇଁ ମହିଳାମାନେ ଦେଉଥିବା ୫ ହଜାରରୁ ଦେଢ଼ ହଜାର ଟଙ୍କା କମିଶନ ପାଇଥାନ୍ତି ଏହି ଦୁଇ ଦଲାଲ୍ । ଏହି କାରନାମା ବର୍ଷ ବର୍ଷ ଧରି ଚାଲୁଥିବାର ଜାଣିବାକୁ ପାଇଛି ପୋଲିସ । ଏିହ ରାକେଟରେ ଆହୁରି ଅନେକ ସଂପୃକ୍ତ ଥିବା ଜଣାପଡିଛି । ଆଲଫା ଲ୍ୟାବ୍ ଭଳି ଅନେକଙ୍କ ଲାଇସେନ୍ସ ବା ଅନୁମତି ନ ଥିବା ମଧ୍ୟ ଜଣାପଡିଛି । ଏଭଳି ସ୍ଥିତିରେ ବେଆଇନ ଭାବେ ଗଢ଼ି ଉଠିଥିବା ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ କଡ଼ା ନଜର ରଖାଯିବ ବୋଲି କହିଛନ୍ତି ଏଡିଏମ୍ଓ ଡାକ୍ତର ଉମେଶ ଚନ୍ଦ୍ର ରାୟ ।

Comments are closed.