Latest Odisha News

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ ଫୋନର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଦୁବୃର୍ତ୍ତମାନେ ବିଳମ୍ବିତ ରାତିରେ ଦୋକାନ ଭିତରେ ପଶି ଲୁଟ କରିଛନ୍ତି । ଲୁଟ କରିବା ସମୟରେ ଦୁବୃର୍ତ୍ତ ମାନେ ଦୋକାନ ଭିତରେ ଥିବା ସିସିଟିଭି ହାଡ ଡିସ୍କକୁ ସାଙ୍ଗରେ ନେଇ ଚାଲିଯାଇଛନ୍ତି । ଗୁରୁବାର ଦୋକାନ ମାଲିକ ଜାଣିବା ପରେ କେନ୍ଦୁଝର ଯୋଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ପାଖ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ଖୁବଶିଘ୍ର ଲୁଟେରାକୁ ଧରାଯିବ ବୋଲି ପୋଲିସ କହିଛି ।

Comments are closed.