Latest Odisha News

BREAKING NEWS

ଏମିତି ଆସେ ମୃତ୍ୟୁ: ଆଗ ପଛ ହୋଇ ଆଖି ବୁଜିଲେ ଦମ୍ପତି

ଢେଙ୍କାନାଳ: ମୃତ୍ୟୁ କେତେବେଳେ ଓ କେମିତି ଆସେ ସେକଥା କାହାକୁ ଜଣା ନଥାଏ। ସ୍ତ୍ରୀର ମୃତ୍ୟୁର କିଛି ଘଣ୍ଟା ଭିତରେ ଦୁର୍ଘଟଣାରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁରେ ଏଭଳି ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି।

ମୃତକମାନେ ହେଲେ ଦିଲ୍ଲୀପ ନାୟକ ଓ ତାଙ୍କ ପତ୍ନୀ ପିଞ୍ଜିରୀ ନାୟକ । ଆଜି ପିଞ୍ଜିରୀ ନାୟକଙ୍କ ମୃତଦେହ ଶାଶୁ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧତ ହୋଇଥିଲା। ଏହାର କିଛି ସମୟ ପରେ ଦିଲ୍ଲୀପଙ୍କର ବାଇକ ଦୁ୍ଘଟଣାରେ ଜୀବନ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Comments are closed.