Latest Odisha News

BREAKING NEWS

କେରଳରେ ୨୦୨୧ କରୋନା ସଂକ୍ରମଣର ରେକର୍ଡ ଭାଙ୍ଗିଲା ୨୦୨୨

ଥିରୁଅନନ୍ତପୁରମ୍: କେରଳରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭ ରେଟ୍ ୪୦ ପ୍ରତିଶତ ପାର କରିଛି । ପ୍ରଥମଥର ପାଇଁ କେରଳରେ କରୋନାର ଏପରି ଭୟଙ୍କର ରୂପ ଦେଖିବାକୁ ମିଳିଛି ।

୨୦୨୧ ମସିହା ମେ ୧୨ ତାରିଖ ଦିନ କେରଳରେ ଦୈନିକ ସଂକ୍ରମଣ ସର୍ବାଧିକ ୪୩, ୫୨୯ ରହିଥିଲା । ଏହା ପରଠାରୁ ସଂକ୍ରମଣ କମିଥିଲା । କିନ୍ତୁ ଆଜି ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍କି ଦେଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧,୧୫,୩୫୭ଟି ନମୁନା ପରୀକ୍ଷା କରାଯାଇଥିଲା। ଏହାର ଅର୍ଥ ପଜିଟିଭିଟି ରେଟ୍ ୪୦.୨୧% ରହିଛି। ଥିରୁଅନନ୍ତପୁରମରେ ସର୍ବାଧିକ ୯,୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏର୍ଣ୍ଣାକୁଲମରେ ୩୦୦୨, କୋଝିକୋଡ଼ରେ ୪୦୧୬, ଥ୍ରୀସୁରରେ ୩,୬୨୭ ଓ କୋଟ୍ଟାୟମରେ ୩୦୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୯୯,୦୪୧ ରହିଛି। ଏମାନଙ୍କ ମଧ୍ୟରୁ କେବଳ ୩% ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ୨୪ ଘଣ୍ଟାରେ ୩୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ହେଲେ ଅଡିଟ୍ ବେଳେ କରୋନା ମୃତକଙ୍କ ତାଲିକାରେ ୩୦୯ ଜଣଙ୍କ ନାଁ ସାମିଲ କରାଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୫୦୧କୁ ବୃଦ୍ଧି ପାଇଛି।

Comments are closed, but trackbacks and pingbacks are open.