Latest Odisha News

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେଠାରେ ସେମାନେ ମୋତେ କୋକେନ ଯାଚିଥିଲେ ଏବଂ ମୁଁ ଏହାକୁ ସେବନ କରିଥିଲି । ଏହାର ପରଦିନ ଜଣେ ବ୍ୟକ୍ତି ମୋ ରୁମକୁ ଆସି କୋକେନ ସେବନ କରୁଥିବା ଭିଡିଓ ଦେଖାଇ ବ୍ଲାକମେଲ କରିଥିଲା ।  ଆନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ ଫିକ୍ସ ନ କଲେ ଏହି ଭିଡିଓ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଧମକ ଦେଇଥିଲେ ।

ତେବେ ମୁଁ ଠକ ନୁହେଁ, କୌଣସି ପ୍ରକାରର ଫିକ୍ସିଂରେ ଜଡିତ ହେବା ପାଇଁ ମୋ ମନ ଡାକି ନ ଥିଲା । ଏହା ପ୍ରକାଶ କରିବା ପରେ ଆଇସିସି ମୋତେ ବାସନ୍ଦ କରିପାରେ ବୋଲି ଟେଲର କହିଛନ୍ତି । ଗତ ବର୍ଷ ଅବସର ଘୋଷଣା କରିଥିବା ଟେଲର ୩୪ ଟେଷ୍ଟ, ୨୦୫ ଦିନିକିଆ ଓ ୪୫ଟି୨୦ ମ୍ୟାଚ ଖେଳିଛନ୍ତି ।

Comments are closed.