Latest Odisha News

ବଲ ଟ୍ୟାମ୍ପରିଂ କରି ବାସନ୍ଦ ହେଲେ ନେଦରଲାଣ୍ଡ ପେସର କିଙ୍ଗମା

ଦୁବାଇ: ଦୀର୍ଘ ଦିନ ପରେ ପୁନର୍ବାର କ୍ରିକେଟରେ ବଲ ଟ୍ୟାମ୍ପରିଂ ଫେରିଛି । ଆଫାଗାନିସ୍ତାନ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ତୃତୀୟ ମ୍ୟାଚରେ ନେଦରଲାଣ୍ଡ ପେସର ଭିଭିଆନ କିଙ୍ଗମାଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା ।

କିଙ୍ଗମାଙ୍କୁ ଏଥିନେଇ ଆଇସିସି ୪ମ୍ୟାଚରୁ ବାସନ୍ଦ କରିଛି । ସେ ନଖରେ ବଲକୁ ସ୍କ୍ରାଚ କରୁଥିବା ଦେଖିବାକୁ ମିଳିଥିଲା । ଏହା ଆଇସିସି କୋଡ ଅଫ କଣ୍ଡକ୍ଟ ୨.୧୪ ଧାରାକୁ ଭଙ୍ଗ କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଫଗାନିସ୍ତାନ ୩-୦ରେ ସିରିଜ ଜିତିଥଲା ।

Comments are closed.