Latest Odisha News

BREAKING NEWS

ମାଲକାନଗିରିରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି-ଜୟପୁର ରାସ୍ତା ନିକଟରେ ସୋମବାର ଦିନ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ବିଏସଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ବିଏସଏଫ୍ ଯବାନମାନେ ମାଲକାନଗିରି-ଜୟପୁର ରାସ୍ତା ନିକଟ ଗୋବିନ୍ଦପଲ୍ଲୀ ଅଞ୍ଚଳରେ କମ୍ବିଂ ଅପରେସନ୍ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ତେବେ ମାଓବାଦୀଙ୍କ ପକ୍ଷରୁ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ଅନ୍ୟପକ୍ଷରେ ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.