Latest Odisha News

BREAKING NEWS

କଟକ କନିକା ହତ୍ୟା ଘଟଣା: ଗିରଫ ହେଲା ମାତୃହନ୍ତା ପୁଅ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି । ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି।

ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ। କଟକ ସହରର ଶ୍ରୀବିହାର କଲୋନିରେ ହତ୍ୟାର ଶିକାର ହୋଇଛନ୍ତି ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ।

କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ  କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଥିଲା।

Comments are closed.