କଟକ: ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ କିରନ ଜର୍ଜ ୨୧-୧୪, ୧୪-୨୧ ଓ ୨୧-୧୮ରେ ପ୍ରିୟାଂଶୁ ରାଜୱତଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି ।
ମହିଳା ଡବଲ୍ସ: ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଟ୍ରେସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡି ସହଜରେ ମହିଳା ଡବଲ୍ସ ଟାଇଟଲ ହାତେଇ ନେଇଛନ୍ତି । ସେମାନେ ଫାଇନାଲରେ ୨୧-୧୨ ଓ ୨୧-୧୦ରେ ସଂଯୋଗିତା ଘୋରପାଡେ ଓ ଶ୍ରୁତି ମିଶ୍ର ଯୋଡି ପରାସ୍ତ କରିଥିଲେ । ମିକ୍ସଡ ଡବଲ୍ସ: ମିକ୍ସଡ ଡବଲ୍ସରେ ଟ୍ରେସା ଜଲୀ ଟାଇଟଲ ହାସଲ କରିପାରି ନାହାନ୍ତି । ଟ୍ରେସା ଓ ଏମଆର ଅର୍ଜୁନ ଯୋଡି ଫାଇନାଲରେ ୧୬-୨୧ ଓ ୨୦-୨୧ ସେଟରେ ଶ୍ରୀଲଙ୍କାର ସଚିନ ଡାୟସ ଏବଂ ଥିଲନି ହେଣ୍ଡାହେୱାଙ୍କ ଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ପୁରୁଷ ଡବଲ୍ସ: ମାଲେସିଆର ନୁର ମହମ୍ମଦ ଆଜିରିୟନ ଆୟୁବ ଓ ଲିମ ଖିମ ୱାହ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ସେମାନେ ଫାଇନାଲରେ ଭାରତର ପିଏସ ରବିକ୍ରିଷ୍ଣା ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କୁ ୧୮-୨୧, ୨୧-୧୪ ଓ ୨୧-୧୬ରେ ପରାସ୍ତ କରିଥିଲେ ।
BREAKING NEWS
- ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ସିବିଆଇ ତଦନ୍ତ ଦାବି କଲେ ପୁଅ ବିଶାଳ
- ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ, ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ
- ନିଖୋଜ ନାବାଳକକୁ ଖୋଜିବାକୁ ଫାଣ୍ଡି ଘେରାଉ ସହ ରାସ୍ତା ଅବରୋଧ କଲେ ଗ୍ରାମବାସୀ
- ଅଲଗା ହେବେ ନାଗ ଦମ୍ପତି
- ରାଜ୍ୟ କ୍ରୀଡାକୁ ନେଇ ବଡ ଘୋଷଣା; ସମସ୍ତ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର
- ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ; ନିଜେ ନିଜକୁ ଗୁଳି ମାରିଥିଲେ ଆହତ ଦୀପ୍ତି
- ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪
- କିନ୍ନର ବେଶରେ ପିଲା ଚୋରି ଘଟଣା; ଶିଶୁକନ୍ୟା ଉଦ୍ଧାର, ୨ ଅପହରଣକାରୀ ଅଟକ
- କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ
- ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ୧୧ ଛୁଇଁଲା ମୃତ୍ୟୁ ସଂଖ୍ୟା
Comments are closed.