Latest Odisha News

BREAKING NEWS

ଶିଶୁକନ୍ୟା ବିକ୍ରି ଘଟଣା: ବାପା ସମେତ ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ସାନରାଏପଡ଼ା ଅଞ୍ଚଳରେ ଶିଶୁ କନ୍ୟାକୁ ୧୨ ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ଏହି ଘଯଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ୫ ଜଣ ଗିରଫଙ୍କ ମଧ୍ୟରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ୨ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଗତ ୨୭ତାରିଖରେ ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୮ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଶିଶୁର ବାପା ନବ ଜନ୍ମିତ ଶିଶୁ କନ୍ୟାକୁ ୧୨ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଦମ୍ପତିକୁ ବିକ୍ରି କରିଦେଇଥିଲେ ।

ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଘଟଣାର ତଦନ୍ତ କରିଥିଲା । ଗତକାଲି ରାତିରେ ବିକ୍ରି ଶିଶୁ କନ୍ୟାଟିକୁ ଉଦ୍ଧାର କରାଯିବା ସହ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାକାଳପଡା ଅଂଚଳର ଦମ୍ପତି କୈଳାସ ବାରିକ ଓ ସସ୍ମିତା ବାରିକ, ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଏବଂ ତାଙ୍କ ଭାଇ ଦୀପକ ଦାସଙ୍କ ସମେତ ଶିଶୁ କନ୍ୟାର ବାପା ନଟବର ବେହେରା ରହିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Comments are closed, but trackbacks and pingbacks are open.