Latest Odisha News

BREAKING NEWS

ରାଜଧାନୀରୁ ଜବତ ହେଲା ୭୦ ଗ୍ରାମର ବ୍ରାଉନ ସୁଗାର, ୨ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଶୁକ୍ରବାର ଦିନ ପୋଲିସ ମଞ୍ଚେଶ୍ୱର ଅଞ୍ଚଳରୁ ୫୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହାର ଆନୂମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ମଞ୍ଚେଶ୍ୱର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଜଣେ ନିଶା ବେପାରୀକୁ ଗିରଫ କରିବା ସହ ତାକୁ କୋର୍ଟକୁ ପଠାଇଦେଇଛି ।

ସେହିପରି ସେଣ୍ଟ୍ରାଲ ଏକ୍ସାଇଜ୍ ଡିର୍ପାଟମେଣ୍ଟ୍ ମଧ୍ୟ ଭୁବନେଶ୍ୱର ସ୍ଥିତ ସାଲିଆ ସାହି ଅଞ୍ଚଳରେ ଚଢାଉ କରି ପାଖାପାଖି ୧୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଟଙ୍କା ହେବ ।

ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।

Leave A Reply

Your email address will not be published.