ଭୁବନେଶ୍ୱର : ଭାଲେଲଟାଇନ ସପ୍ତାହ ରୋଜ୍ ଡେ’ ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ ରଖି ଫୁଲ ବଜାରରେ ଗୋଲାପର ମଧ୍ୟ ଚଢା ଦର ରହିଛି ।
ବଜାରରେ ଗୋଲାପ ଫୁଲ ଗୋଟା ପିଛା ଦାମ ୨୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଯୁବପିଢୀ ମାନେ ମଧ୍ୟ ଗୋଲାପ ବଜାରରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ଗୋଲାପ ପ୍ରେମକୁ ସୁଦୃଢ କରିବାର ପ୍ରତୀକ ଅଟେ । ।ପାଶ୍ଚାତ୍ୟ ଦେଶଗୁଡିକରେ ଭାଲେନଟାଇନ ଡେ’ ର ବେଶ୍ ଆଦୃତ ରହିଛି ।
ପ୍ରେମ ସପ୍ତାହ ଭାବେ ସାରା ବିଶ୍ୱ ଭାଲେନଟାଇନ ସପ୍ତାହ ଭାବେ ପାଳନ କରିଥାନ୍ତି । ସେପଟେ ଦୋକାନୀ ମାନେ ମଧ୍ୟ ଭଳିକି ଭଳି ଫୁଲ ଡିଜାଇନ ବୁକେ କରି ଗ୍ରାହକକଙ୍କୁ ବିକ୍ରି କରିବାରେ ବ୍ୟସ୍ତ । ।ଫେବ୍ରୃଆରୀ ୭ ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ବିଭିନ୍ନ ଡେ’ କୁ ପାଳନ କରିଥାନ୍ତ । ପ୍ରତ୍ୟେକ ବର୍ଷ ଭାଲେନଟାଇନ ଡେ ପାଳନ କରାଯାଏ । ରୋଜ ଡେ ରୁ ଆରମ୍ଭ ହୋଇଥାଏ ଭାଲେଲଟାଇନ ସପ୍ତାହ ।
Comments are closed.