Latest Odisha News

BREAKING NEWS

ଅଦରକାରୀ ବର୍ଜ୍ୟରୁ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଜୟପୁର ଝିଅ ମାମା ସାହୁ

ଜୟପୁର :  ଅଦକାରୀ ଜୀନିଷରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୀନିଷ । ଆମେ ନିତି ଦିନିଆ ଜୀବନରେ ଅନେକ ଜୀନିଷ କିଣୁ । ବ୍ୟବହାର ସରିଗଲା ପରେ ତାକୁ ଆମେ ଅଳିଆ ଗଦାରେ ଫୋପୋଡି ଦେଉ । କିନ୍ତୁ ଏହି ଅଦରକାରୀ ବର୍ଜ୍ୟ ବସ୍ତୁକୁ ଦରକାରୀ ବସ୍ତୁରେ ପରିଣତ କରି ସୁନ୍ଦର ରୂପ ଦେଇ ଚର୍ଚ୍ଚାରେ କୋରାପୁଟ ଜୟପୁର ଝିଅ ମାମା ସାହୁ । କୋଭିଡ କଟକଣା ସମୟରେ ଯେତେବେଳେ ସମସ୍ତେ ଘରେ ବସିଥିଲେ ।

ସେତେବେଳେ ସମୟ ବର୍ବାଦ ନକରି ଘରେ ରହି ମାମା ବର୍ଜ୍ୟବସ୍ତୁରୁ ଆରମ୍ଭ କରିଥିଲେ ଘର ସଜା ସାମଗ୍ରୀ । ସେ ୟ୍ୟୁଟୁବ ଦେଖି ଘରେ ପଡିରହିଥିବା ଅଦରକାରୀ ଜୀନିଷର ଯଥା ପ୍ଲାଷ୍ଟିକ ବୋତଲ ,ଆଳୁ ଅଖା, ସୋଲ , ଚିରାଫଟା କନାରେ ଭଳକି ଭଳି ଘର ସଜ୍ଜା ଜିନିଷ ତିଆରି କରିଛନ୍ତି ।ମାମା ତିଆରି କରିଥିବା ଏହି ଫୁଲଦାନୀ , ଝୁମର, ପାପୋଛ, ଦର୍ପଣ ଫ୍ରେମ୍ ଏମିତି ଘରକୁ ସଜାଇଲା ଭଳି ଅନେକ ଜୀନିଷ ତିଆରି କରିଛନ୍ତି । ଏହି ସବୁ ଜୀନିଷକୁ ବଜାରରେ ବିକ୍ରି କରି ବେଶ୍ ଦୁଇ ପଇସ। ରୋଜଗାର କରିବାର ଆସା ରଖିଛନ୍ତି ମାମା ଏବଂ ପରିବାର ସଦସ୍ୟ।

ଆଦିବାସୀ ଅଞ୍ଚଳରେ ରହି ମଧ୍ୟ ଅଦରକାରୀ ଜିନିଷରୁ ବିଭିନ୍ନ ରକମର ସୁନ୍ଦର ସୁନ୍ଦର ବସ୍ତୁ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ମାମ।। ।ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ମାମାଙ୍କ ଏହି ସୁନ୍ଦର ଚିନ୍ତାଧାରା ଓ କାର୍ଯ୍ୟାକୁ ଖୁବ୍ ପସନ୍ଦ କରୁଛନ୍ତି । ଖାସ କରି ମହିଳାମାନେ ଯଦି ଖାଲି ସମୟରେ ଏପରି ଜିନିଷ ତିଆରି କରି ବଜାରରେ ବିକ୍ରି କରନ୍ତି ବେଶ୍ ପଇସା କମାଇପାରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ସେପଟେ କୋରନା କଟକଣା ଯୋଗୁଁ ମାମା ତିଆରି କରିଥିବା ଜୀନିଷ ସବୁ ଘରେ ପଡିଛି । ବ୍ୟବସାୟ କରିବାର ମାମାଙ୍କ ସ୍ୱପ୍ନ ଅଧାରେ ରହି ଯାଇଛି  ପ୍ରଶାସନ ତରଫରୁ ମାମାଙ୍କୁ ସାହାର୍ଯ୍ୟ ସହଯୋଗ ମିଳିଲେ ଅଦରକାରୀ ଜିନିଷରୁ ସୁନ୍ଦର ବସ୍ତୁ ସବୁ ତିଆରି କରି ମାମା ବ୍ୟବସାୟ କରିପାରିବେ । ଅଦରକାରୀ ବସ୍ତୁ ସବୁ ଆଉ ବାହାରେ ନପଡି ସେଥିରୁ ତିଆରି ହେବ ସୁନ୍ଦର ଘର ସଜ୍ଜା ସାମଗ୍ରୀ ।

Comments are closed.