ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଜଣଙ୍କର ଜୀବନ ନେଇଛି ମହାମାରୀ । ଅଡିଟ୍ ପ୍ରୋସେସରେ ଏମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୪ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ କେବଳ ଭୁବନେଶ୍ୱରରୁ ଅଛନ୍ତି ।
ଅନୁଗୋଳ ଜିଲ୍ଲାରୁ ଆଉ ଦୁଇ ଜଣ ଆକ୍ରାନ୍ତଙ୍କର ଜୀବନ ନେଇଛି କରୋନା । ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରୁ କରୋନାରେ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୭୯୭କୁ ବୃଦ୍ଧି ପାଇଛି ।
Comments are closed.