ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜକୁ ଆଗୁଆ କବଜା କରିଛି ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୩୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି କାରାବେଆନ୍ ଟିମ୍ ୧୯୩ ରନରେ ଅଲଆଉଟ୍ ହୋଇଥିଲା । ଏଥିସହ ସିରିଜକୁ ୨-୦ରେ ଆଗୁଆ କବଜା କରିଛି ।
ଅହମ୍ମଦାବାଦ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୩୭ ରନ୍ କରିଥିଲା । ଦଳ ପକ୍ଷରୁ ସୂର୍ୟ୍ୟକୁମାର ଯାଦବ ସର୍ବାଧିକ ୬୪ ଓ ଲୋକେଶ ରାହୁଲ ୪୯ ରନ୍ କରିଥିଲେ ।
୨୩୮ ରନ୍ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜକୁ ପ୍ରଥମରୁ ଝଟକା ଦେଇଥିଲେ ଟିମ୍ ଇଣ୍ଡିଆ ବୋଲର । ମାତ୍ର ୭୬ ରନରେ ଭ୍ରମଣକାରୀ ଦଳର ଅଧା ବ୍ୟାଟ୍ସମ୍ୟାନ୍ ପାଭିଲନ୍ ଫେରିଥିଲେ । ପ୍ରସିଦ୍ଧି କ୍ରିଷ୍ଣା ୯ ଓଭର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୪ ୱିକେଟ ନେଇଥିଲେ । ସାର୍ଦ୍ଦୁଲ ଠାକୁର ଦୁଇଟି ଓ ଅନ୍ୟମାନେ ଗୋଟିଏ ଲେଖାଏ ୱିକେଟ ଖସାଇଥିଲେ ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.