Latest Odisha News

BREAKING NEWS

ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ ମ୍ୟାନେଜର୍ କିଶୋର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ୱଲପୁର, ଭୁବନେଶ୍ୱର ଓ ପୁରୀରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।

BjdElectrycity

ସମ୍ବଲପୁର ସାକ୍ଷୀପଡ଼ା ସ୍ଥିତ ବ୍ୟାଙ୍କ କରୋନୀରେ ଘରେ ଚଢ଼ାଉ ଚାଲିଛି । ସେହିପରି ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଏମଏମ ଲୀଳାବତୀ କମ୍ପ୍ଲେକ୍ସରେ ଫ୍ଲାଟ୍ ରହିଛି । ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ ଅଲଉରା ପୈତୃକ ଘରେ ଓ ସମ୍ୱଲପୁରରେ ସମଲେଶ୍ୱର ମିଲ୍କ ୟୁନି୍ଅନ୍ ଅଫିସରେ ବି ରେଡ୍ ଚାଲିଛି ।

ଚଢ଼ାଉ ବେଳେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । କିଶୋର ନାୟକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ରେଡ୍ ସରିବା ଓ ଆକଳନ ପରେ ସ୍ପଷ୍ଟ ହେବ ।

Comments are closed, but trackbacks and pingbacks are open.