ଭୁବନେଶ୍ୱର: ଚଳିତ ଥର ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହୃତ ହେବ । ଏନେଇ ଆଜି ରାଜ୍ୟ ନିର୍ବାଚନ କିଶନର ଆଦିତ୍ୟ ପ୍ରସାଦ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ।
କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଗୋଯିଏ ଇଭିଏମରେ କାଉନସିଲର/କର୍ପୋରେଟରଙ୍କ ପାଇଁ ଭୋଯ୍ ପଡ଼ିବ । ସେହିପରି ଅନ୍ୟ ଇଭିଏମଟିରେ ପୌରାଧ୍ୟକ୍ଷ ଓ ମୋୟରଙ୍କ ପାଇଁ ରହିବ ।
ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି । ଏଥର ଭୋଟରମାନେ ମେୟର ଓ ପୌରାଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ୍ ଦେଇ ପାରିବେ ।
Comments are closed.