ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ତଥା କେଉଁ ପ୍ରାର୍ଥୀ ବାଜିମାତ କରିବେ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା । ଜଗତସିଂହପୁର ଜିଲ୍ଲା ୪ – ନମ୍ୱର ଜୋନର ବଳରାମପୁର ଏବଂ ଅଳସୁଧା ପଞ୍ଚାୟତରେ ଚାଲିଛି କଡ୍ଡା ଟକ୍କର । ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟର ମାନେ ନୂଆ ମୁଁହକୁ ପ୍ରାଧାନ୍ୟ ଦେଉଥିବାବେଳେ କେତେକ ସ୍ଥାନରେ ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ।
ବିକାଶଧାରା ଆହ୍ୱାନ ନେଇ ଶାସକ ଦଳ ଭୋଟରଙ୍କ ଆସ୍ଥା ଭାଜନ ହେବାର ଚେଷ୍ଟା କରୁଥିବାବେଳେ, ଯୋଜନାର ଅସଫଳତାକୁ ଆୟୁଧ କରୁଛନ୍ତି ବିରୋଧୀ । ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରାର୍ଥୀ ସେମାନଙ୍କର ପ୍ରଚାର ପ୍ରସାରକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇ ଥିବାବେଳେ କିଭଳି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବେ ତାହାକୁ ନେଇ ଉଦ୍ୟମ କରୁଛନ୍ତି ।
ପ୍ରାର୍ଥୀ ମାନଙ୍କ ମଧ୍ୟରେ କଡ୍ଡା ଟକ୍କର ହେଉଥିବାର ଦେଖାଦେଉଛି । ତେବେ କିଏ ଭୋଟରଙ୍କ ଆଶୀର୍ବାଦ ପାଇ ଚଳିତ ନିର୍ବାଚନରେ ବାଜିମାତ କରିବେ ତାହା ଆଉ କିଛିଦିନର ବ୍ୟବଧାନ ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ।
Comments are closed.