Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ପ୍ରେମ ପେଷ୍ଟ୍ରି

କେହି ମରନା

ମୁଁ ଚାହେଁ ପ୍ରେମ କରି ଏ ଦେଶରେ ଏ ପ୍ରାନ୍ତରେ
ଆଉ କେହି ଆତ୍ମହତ୍ୟା ପଥବାଛି ଆଜିଠୁ ନ ମରୁ;
ଯା ମନରେ ଆସୁଛି ସେ କଥା ପଢୁ ସିଏ ମୋ ପୁରୁଣା
ପ୍ରେମିକାମାନଙ୍କ ପତ୍ର ମୋ ଧର୍ମପତ୍ନୀଠାରୁ!

ପ୍ରେମ ସଦା ମୃତ୍ୟୁର ବିରୋଧି, ସେ ଅଟଇ ନିର୍ଘାତିଆ
ଆଇଁଷିଆ ସାମ୍ନାରେ ବଢା ରୁଟି ଓ ସନ୍ତୁଳାର ଥାଳି;
ହତ୍ୟାକର ସନ୍ଦେହ, ବିଶ୍ବାସଘାତ, ଧୋକ୍କା ଇତ୍ୟାଦିକୁ
ମାତୃଦତ୍ତ ଦେହଧରି ସୁନାପରି ଜିଇଁରହ ଖାଦ ଯାଉ ଜଳି!!

ପ୍ରେମ ରାଜନୀତି

ଭାରତରେ ପ୍ରେମ ଏକ ଶୁଦ୍ଧ ଗଣତାତ୍ନିକ କାରବାର
ଏହା ଆଦୈା ଏକ ନୁହେଁ ବହୁଦଳୀୟ ବ୍ୟାପାର;
ଦଳବଦଳ ପରି ପ୍ରେମବଦଳ ଏଠି ହୁଅଇ ବାରବାର
ଜନଙ୍କ ହିତରେ ଉଭୟରେ ହୁଏ ମେଣ୍ଟ ସରକାର!

ନେତା ଓ ପ୍ରେମୀ ଉଭୟ ମିଛ କହିବା ଓ ପ୍ରତିଶ୍ରୁତି
ଦେବା ପାଇଁ ଅଘୋଷିତ ଲାଇସେନ୍ସପ୍ରାପ୍ତ;
ବହୁଳ ସମର୍ଥନରେ ଏହା ଖୁଲମଖୁଲା ଚାଲିଛି ଓ
ଚାଲିବ ବହୁବାର ହେଲା ପରେ ବି ପ୍ରମାଣିତ!!

ସ୍ମାର୍ଟଫୋନ୍ ହୃଦୟ

ସ୍ମାର୍ଟ୍ ହେଉ କି ଚାଲୁ, ତମ ଛାତି ତଳେ ଆଦୈା
ହୃଦୟ ନଥିଲେ ବି ଏଠି ଚଳିଯିବ ଭାଇ;
କିନ୍ତୁ ଯଦି ତମ ପାଖରେ ସ୍ମାର୍ଟଫୋନଟେ ନାଇଁ
ତମ ସହ ପ୍ରେମ ଆଦୈା ହୋଇ ପାରିବ ନାଇଁ!

ଚିଡି ଉଠନ୍ତି ସିଏ ଯେବେ କହିବ ନିଅ
ମୁଁ ତୁମକୁ ହୃଦୟ ଦେଲି;
ହସିଦେବେ ସିଏ ଯେବେ କହିବ ନିଅ
ସ୍ମାର୍ଟଫୋନ୍ ଗୋଟେ ତମକୁ ଦେଲି!!

ଆଗରୁ କେତେ

ଗପାଗପିର କିଛି ଦିନ ଏବଂ ଦେଖାଦେଖିର କିଛି ଘଣ୍ଟା
ପରେ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡକୁ ପଚାରିଲା;
ପ୍ରମିଜ୍ ମୁଁ ରାଗିବିନି ଜମା ଖୋଲିକରି କୁହ ମୋ ପୂର୍ବରୁ
ତମର କେତେ ଜଣଙ୍କ ସହିତ ରିଲେସନ ଥିଲା?

ପ୍ରଶ୍ନ ଶୁଣି ଚୁପ୍ ରହନ୍ତେ ଝିଅ, ବୟଫ୍ରେଣ୍ଡ୍ କହିଲା
ନୀରବ କାହିଁକି କହିଲି ପରା ଖୋଲିକରି କୁହ;
ଏବେ ଗାର୍ଲଫ୍ରେଣ୍ଡ୍ କୁଲ୍ ରହି ଉତ୍ତର ଦେଲା
ଆରେ ବାବା କହୁଚି ତ ଗଣିବାକୁ ସମୟ ତ ଦିଅ!!

ତମ ବାସ୍ନା

ଦୂରରେ ରହୁଥିବା ପ୍ରେମିକକୁ ପ୍ରେମିକା ଚାଟରେ ପଚାରିଲା – ଧନ କଣ କର ତମେ ଯେବେ ମୋ କଥା ମନେ ପଡିଥାଏ?
ପ୍ରେମିକ କହିଲା – ମୁଁ ତମକୁ ଅନୁଭବ କରିବା ପାଇଁ ତମ
ପସନ୍ଦର ପିଜା, ଆଇସ୍କ୍ରିମ୍ କିଣି ଖାଇ ଦେଇଥାଏ!

ପ୍ରେମିକା କହିଲା – ଏକ୍ଜାକ୍ଟଲି ମୁଁ ବି ସେମିତି କରେ
ଯେବେ ତମକୁ ବେଶି ବେଶି ମିସ୍ କରୁଥାଏ;
ତମେ ଯାହା ପିଅ, ସେଇଟା ମଗେଇ ପିଇଦେଲା ପରେ
ଯାହାକୁ ଭେଟିଲେ ସିଏ ତମେ ତମେ ବାସ୍ନା ହେଉଥାଏ!!

ପ୍ରେମ ବିବାହ

ବହୁ ଲୋକ ବାରମ୍ବାର ବୁଝାଇଲା ପରେ ବି ଯେବେ ମୋତେ ପଚରା ଗଲା ପ୍ରେମ ବିବାହ ଖରାପ କି ଭଲ?
ମୋର ସ୍ପଷ୍ଟ ଉତ୍ତର ହେଲା – ପ୍ରେମ ଭଲ, ବିବାହ ବି ଭଲ
କିନ୍ତୁ ଦୁଇଟା ଯାକ ମିଶେଇ ଦେଲେ ମଲ!

Comments are closed, but trackbacks and pingbacks are open.