Latest Odisha News

[ଦେଖନ୍ତୁ ଭିଡିଓ] କମଳନାଥ ମହାଦେବ ମନ୍ଦିରରେ ପ୍ରଥମେ ରାବଣ ପୂଜା ପରମ୍ପରା ରହସ୍ୟ

ଉଦୟପୁର: ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜା ପାଠ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ସେମାନଙ୍କର ଅଲଗା ଅଲଗା ରୂପରେ ମନ୍ଦିର ରହିଛି। କିନ୍ତୁ ଯେତେ ପରାକ୍ରମୀ ହେଲେ ମଧ୍ୟ କୌଣସି ସ୍ଥାନରେ ଅସୁର ମାନଙ୍କର ପୂଜା ହୋଇନଥାଏ କି ସେମାନଙ୍କ ମନ୍ଦିର ଥିବାର ଦେଖାଯାଏ।

ଅନ୍ୟ ପକ୍ଷରେ ଅସୁରମାନଙ୍କ ପୂଜନ କଥା କହିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ। ହେଲେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଶିବଙ୍କ ଆଗରୁ ରାବଣର ପୂଜା ହୋଇଥାଏ। ଏହା ପଛରେ ଏକ ପୁରୁଣା ରହସ୍ୟ ଲୁଚି ରହିଛି ବୋଲି କୁହାଯାଏ।ଉଦୟପୁର ସହରଠାରୁ ୮୦କିଲୋମିଟର ଦୂରରେ ଆୱାରଗଡ଼ ପାହାଡ ଉପରେ ମହାଦେବଙ୍କ ମନ୍ଦିର । ଏହି ମନ୍ଦିରରେ ମହାଦେବଙ୍କ ପୂର୍ବରୁ ରାବଣକୁ ପୂଜା କରିବାର ରହିଛି ପରମ୍ପରା। ତେବେ କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିର କୁଆଡେ ରାବଣ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏ ହେଉଛି ସେହି ସ୍ଥାନ ଯେଉଁଠି ରାବଣ ମହାଦେବଙ୍କୁ ପ୍ରସନ୍ନ କରିବାକୁ ତାର ମୁଣ୍ଡ କାଟି ମହାଦେବଙ୍କୁ ଅର୍ପଣ କରିଥିଲା। ଆଉ ସେ ଘଟଣା ପରେ ସେଠାରେ ଅମୃତ କୁଣ୍ଡ ପ୍ରତିଷ୍ଠା ମଧ୍ୟ ହୋଇଥିଲା।

ଖାଲି ସେତିକି ନୁର୍ହେ ସେହି ଘଟଣା ପରେ ପରେ ମହାଦେବଙ୍କଠାରୁ ବରଦାନ ପାଇ ଏହି ମନ୍ଦିରରେ ରାବଣ ପୂଜା ପ୍ରଥମେ କରାଯାଉଛି।
ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଲୋକକଥା ମାନ ରହିଛି। ହେଲେ କଣ ରହିଛି ଏହି ମନ୍ଦିରର ରହସ୍ୟ ? କଣ ପାଇଁ ମହାଦେବଙ୍କ ମନ୍ଦିରରେ ପ୍ରଥମେ ରାବଣ ପୂଜା କରାଯାଏ। ତାହା କିନ୍ତୁ କାହାକୁ ବି ଜଣା ନାହିଁ।

Comments are closed.