Latest Odisha News

BREAKING NEWS

ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା । ଆସନ୍ତ ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ତା ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ଆଜି ସକାଳେ ତାଙ୍କୁ ନିଜ ଗ୍ରାମ ଘୁଷୁରାର ଘର ନିକଟରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ପୁଷ୍ପିତା କହିଛନ୍ତି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଥିଲା। ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବାରୁ ଏକ ନିର୍ଦିଷ୍ଟ ଗୋଷ୍ଠୀ ଏଭଳି ଆକ୍ରମଣ କରିଛନ୍ତିl ପୁଷ୍ପିତା ରାଜନୈତିକ ଦଳର ନାମ ନେବାକୁ ମନା କରି ଦେଇଛନ୍ତି।

Comments are closed, but trackbacks and pingbacks are open.