Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତି ଶପଥ ଗ୍ରହଣ କଲେ

କଟକ : ଓଡିଶା ହାଇକୋର୍ଟର ତିନି ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁୁରହରୀ ଶ୍ରୀ ରମଣ ଆଜି ଶପଥ ପାଠ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।

ନୂଆ ବିଚରପତି ନିଯୁକ୍ତି ହେବାପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଁଞ୍ଚିଛି । ଜଷ୍ଟିସ ବିରଜା ପ୍ରସନ୍ନ ସତପଥୀ ହେଉଛନ୍ତି ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ଅଟନ୍ତି ।ସେ ରେଭେନ୍ସାରୁ ଆଇ କମ୍ ,ବିକମ୍ ଏମ କମ୍ ପାସ କରିବା ପରେ ଏମ ଏସ୍ ଲ କଲେଜରୁ ଏଲ ଏଲ ବି ଡିଗ୍ରୀ ହାସଲ କରିଥିଲେ ।

ସେହିପରି ଜଷ୍ଟିସ ଭି ନରସିଂହ ହେଉଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଜଷ୍ଟିସ ଭି ଗୋପାଳ ସ୍ୱାମୀ ଓ ଅବସରପ୍ରାପ୍ତ ଅତିରିକ୍ତ ସ୍କୁଲ ଶିକ୍ଷକଙ୍କ ପୁଅ । ୧୯୬୭ ମସିହାରେ ତାଙ୍କର ଜନ୍ମ । ସେ ଭୁବନେଶ୍ୱର ୟୁନିଟ ୧ବୟେଜ୍ ହାଇସ୍କୁଲରେ ମାଟ୍ରିକ ପାସ କରିଛନ୍ତି ।ବିଜେପି କଲେଜରୁ କମର୍ସ ଓ ଏମ ଏସ ଲ କଲେଜରୁ ଆଇନରେ ଏଲଏଲ ଏମ୍ ପାସ୍ କରିଛନ୍ତି । ସେହିପରି ଜଷ୍ଟିସ ମୁରହରୀ ଶ୍ରୀ ରମଣ ୧୯୭୦ ମସିହା ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ । ସେ ସାମ୍ବିଧାନିକ ଓ ଗୁରୁତ୍ୱ ପୂର୍ଣ୍ଣର୍ ମାମଲାରେ ଅନେକ ସୁନାମ ଅର୍ଜନ କରିଛନ୍ତି । ଆଜି ଓଡିଶା ହାଇକୋର୍ଟରେ ୩ ନୂଆ ବିଚାର ପତି ଶପଥ ଗ୍ରହଣ କରିଛନ୍ତି

Comments are closed, but trackbacks and pingbacks are open.