ନୂଆଦିଲ୍ଲୀ: ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ୍ । ଚ୍ୟାନେଲର ହୋମ୍ ପେଜରେ ଲେଖା ଆସୁଛି ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନର ଉଲ୍ଲଂଘନ ପାଇଁ ଏହିଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ସୋସିଆଲ୍ ମିଡିଆ ସାଇଟ୍ ରେଡିଜରେ କିଛି ୟୁଜର୍ସ ସ୍କ୍ରିନ୍ ସଟ୍ ଓ ଭିଡିଓ ସେୟାର କରିଛନ୍ତି ।
ୟୁଜର୍ସ ଦାବି କରିଛନ୍ତି ଗତକାଲି ରାତିରେ ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟ ହ୍ୟାକ୍ ହୋଇଛି । ଟ୍ୱିଟରରେ ବି ଏକଥା ସାମାନକୁ ଆସିଛି । ତେବେ ଏଯାଏ ସରକାରୀ ଭାବରେ କୌଣସି ସୂଚନା ଦିଆଯାଇ ନାହିଁ ।
ଗତବର୍ଷ କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟସଭା ଟିଭିକୁ ମିଶାଇ ସଂସଦ ଟିଭି ନାମକରଣ କରିଥିଲେ । ସେପ୍ଟେମ୍ବର ୨୧ ତାରିଖରେ ଏହାର ଶୁଭାରମ୍ଭ କରିଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅବସରପ୍ରାପ୍ତ ଆଇଏଏସ୍ ଅଫିସର ରବି କପୁରଙ୍କୁ ଏହାର ସିଇଓ ଭାବରେ ନିଯୁକ୍ତି ଦେଇଥିଲେ ସରକାର । ୟୁଟ୍ୟୁବରେ ରାଜ୍ୟସଭା ଟିଭିର ଆକାଉଣ୍ଟକୁ ସଂସଦ ଟିଭିରେ ପରିବର୍ତ୍ତନ କରିଦିଆଯାଇଥିଲା । ଏହି ଆକାଉଣ୍ଟକୁ ଏବେ ୟୁଟ୍ୟୁବର ହଟାଇ ଦିଆଯାଇଛି ।
Comments are closed.