ନୂଆଦିଲ୍ଲୀ: ଆମେରିକା ଏକ ଗବେଷଣା ସଂସ୍ଥା ପୃଥିବୀର ବିଭିନ୍ନ ନଦୀ ଜଳର ପ୍ରଦୂଷଣସ୍ତର ଉପରେ ଅନୁଧ୍ୟାନ କରିଛି । ଏଥିରେ ପାକିସ୍ତାନର ରାବୀ ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି । ଏହା ନିକଟରେ ରହୁଥିବା ଜନବସତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ ଚେତାଇ ଦେଇଛନ୍ତି ।
ରାବୀ ନଦୀରେ ୭୦.୮ ମାଇକ୍ରୋଗ୍ରାମ ପ୍ରତି ଲିଟର ପାରାସିଟାମୋଲ, ନିକୋଟିନ, କ୍ୟାଫିନ, ଇପିଲେସ୍ପି ଓ ମଧୁମେହ ରୋଗ କରୁଥିବା ତତ୍ୱ ମିଳିଛି । ଏହା ପଛକୁ ବଲିଭିଆର ଲା ପଜା(୬୮.୯) ଓ ଇଥିଓପିଆର ରାଜଧାନୀ ଅଦିସ ଅବାବ ନଦୀ (୫୧.୩)) ରହିଛି । ୧୦୪ ଦେଶର ୨୫୮ ସ୍ଥାନରୁ ୧୦୫୨ ନମୁନାରୁ ଏହି ତଥ୍ୟ ବାହାର କରାଯାଇଛି ।
Comments are closed.