Latest Odisha News

BREAKING NEWS

[ଭିଡିଓ] ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ, ମେକ୍ସିକୋରେ ଆତଙ୍କ

ଭୁବନେଶ୍ୱର: କ୍ୟାମେରରେ କଏଦ ହେଲା ତାଜୁବକର ଘଟଣା । ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ । ମେକ୍ସିକୋର କ୍ୱାଓଟେମକ୍ ସହରରେ ଘଟିଥବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ହୋଇଥିବା ଭିଡିଓରେ ଅନେକ ପକ୍ଷୀ ଆକାଶରୁ ତଳକୁ ଖସିପଡିବାରେ ଦେଖାଯାଇପାରେ । ପକ୍ଷୀଗୁଡିକର ମୁଣ୍ଡ ହଳଦିଆ ରଙ୍ଗର ହୋଇଥିଲାବେଳେ ବଳକା ଶରୀର କଳା ରଙ୍ଗର ବୋଲି ଜଣାପଡିଛି । ଚଳିତବର୍ଷ ଫେବ୍ରୁଆରୀ ମାସ ୭ ତାରିଖରେ ଏହି ଘଟଣା ବିଷୟରେ ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ହୋଇଥିଲା ।

ସ୍ଥାନୀୟ ଖବର କାଗଜ ଦ ଏଲ୍ ହେରାଲ୍‌ଡୋ ଡେ ଚିୱାୱା ପକ୍ଷୀମାନଙ୍କର ଏପରି ମୃତ୍ୟୁର ପଛରେ ବିଦ୍ୟୁତ୍ ଆଘାତ କିମ୍ବା ଅତ୍ୟଧିକ ପ୍ରଦୂଷଣ କାରଣ ସାଜିଥିବା ପ୍ରକାଶ କରିଥିଲେ । ତେବେ ସୋସିଆଲ୍ ମିଡିଆ ୟୁଜରମାନେ କିନ୍ତୁ ୫ଜି ଟେକ୍ନୋଲଜିକୁ ଦୋଷୀ ଭାବେ ବିବେଚନା କରିଛନ୍ତି ।

ତେବେ ଦ ଗାର୍ଡିଆନ୍‌କୁ ସାକ୍ଷାତକାର ଦେବା ସମୟରେ ପରିବେଶବିତ୍ ରିଚାର୍ଡ ବ୍ରୋଟନ୍ କହିଥିଲେ, “କୌଣସି ବିରାଟକାୟ ପକ୍ଷୀ ଯେପରି କି ଶାଗୁଣା ବୋଧ ହୁଏ ଏହି ପକ୍ଷୀଦଳକୁ ଗୋଡାଇଥିଲା । ତେବେ ପକ୍ଷୀମାନେ ବହୁ ତଳେ ଉଡୁଥିବାରୁ ପରସ୍ପର ମଧ୍ୟ ଧକ୍କା ହୋଇ ଏପରି ଅଘଟଣ ଘଟିଥାଇପାରେ ।” ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସ୍ପଷ୍ଟୀକରଣ ମିଳିପାରିନି ।

Comments are closed, but trackbacks and pingbacks are open.