Latest Odisha News

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ଟୁଡୁ , ନିର୍ବାଚନୀ ପ୍ରଚାର ସଭାରେ କହିଲେ ଖରାପ ଭାଷା

ମୟୂରଭଞ୍ଜ : ପୁଣି ବିବାଦକୁ ଆସିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ନିର୍ବାଚନୀ ପ୍ରଚାରରେ ଉଚ୍ଚାରଣ ଆଚ୍ଚରଣ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।କହିଲେ ଅଭଦ୍ର ଭାଷା । ମନ୍ତ୍ରୀ ନିର୍ବାଚନୀ ପ୍ରଚାର ସମୟରେ ଏପରି ଭାଷା କହିଛନ୍ତି ଯାହା ଆପଣ ଶୁଣି ପାରିବେନି । ମୟୂରଭଞ୍ଜ ଉଦଳା ବ୍ଲକରେ ୨ ନମ୍ବର ଜୋନରେ ପ୍ରଚାର ପାଇଁ ଆସିଥିଲେ ଟୁଡୁ ।

ସ୍ଥାନୀୟ କୋଚିଳାଡିହି ପଞ୍ଚାୟତ ସରାସବିଲା ଫୁଟବଲ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ଅଭଦ୍ର ଭାଷା କହିଲେ । ଏହି ସଭାରେ ଭାଷଣ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫ ଟି ସଚ୍ଚିବଙ୍କ ଉପେର ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ସହ ସରକାରୀ ଯୋଜନାକୁ ଲୋକଙ୍କ ଆଗରେ ବଖାଣୁଥିବା ବେଳେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ନିଜର ଭାଷାଗତ ଜ୍ଞାନ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା ।ଯାହାକୁ ନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ଆଗରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ମାଡ ମାରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନାରେ ଏତଲା ମଧ୍ୟ ଦିଆଯାଇଥିଲା । ହେଲେ ଏବେର ଭିଡିଓକୁ ନେଇ ଏବେ ବିବାଦରେ କେନ୍ଦ୍ରମନ୍ତ୍ରୀ ।

Comments are closed.