Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ନକଲି ଡାକ୍ତର ବନାମ ନକଲି ସ୍ବାମୀ

ନାନା ନାରୀଙ୍କ ସହିତ ନାରେନାରେ ହୋଇ
ନକଲି ଡାକ୍ତର ଧରା ପଡିଲା ପରେ;
ସୁଖ-ଦୁଖର ମାହୋଲ ଓଲଟ-ପାଲଟ ହୋଇ
ମୁହାଁମୁହିଁ ଅନେକଙ୍କ ଘରେ!

ବିବାହିତ ପୁରୁଷମାନେ ଏ ଖବର ପଢି
ଆଶାୟୀ ଆମର ବି ଭବିଷ୍ୟତ ଅଛି;
ଅନୁସନ୍ଧାନ କଲେଣି କୋଉଠି ମିଳୁଛି
ଡାକ୍ତର ପ୍ରମାଣପତ୍ର କେତେ ପଡୁଛି?
ଅନେକ ପତ୍ନି ପ୍ରପୀଡିତଙ୍କ ମନରେ
ଏହା ଆଶାର ସଞ୍ଚାର କରିଛି;
ଡରିବାର ନାହିଁ କି ମରିବାର ନାହିଁ
ଆଗକୁ ଆହୁରି ଲମ୍ବାରାସ୍ତା ପଡିଛି!

ମହିଳାମାନେ ନିଜ ପତିଙ୍କର ମୋବାଇଲି
ଲୁଚେଇ ଲୁଚେଇ ଖୋଜୁଛନ୍ତି;
କେଜାଣି ଇଏ ଆଉ କାହାକୁ ବାହାହୋଇ
ଅଲଗା ଘରେ ଦାମ୍ପତ୍ୟସୁଖେ ମଜୁଛନ୍ତି!
ଯେଉଁ ପତ୍ନୀମାନେ ପତିଙ୍କ ଚୁଟିକଳା
କରୁଥିଲେ ଏବେ ଧଳା ଛାଡୁଛନ୍ତି;
ମାଟ୍ରିମୋନି ସାଇଟ୍ ସବୁ ଖୋଲି
ନିଜ ସ୍ବାମୀଙ୍କର ଫଟୋ ଖୋଜୁଛନ୍ତି!

ଅନେକ ଯୁବକ ପ୍ରେମିକା ଓ ପତ୍ନୀ
ଖୋଜିଖୋଜି ନିରାଶ ହେବା ପରେ;
ଏହି ଘଟଣାରୁ ଶିଖି ବଜାରରୁ ଧଳାରଙ୍ଗ
ଆଣି ବୋଳୁଛନ୍ତି ନିଜ ମୁଣ୍ଡରେ!
ଅବିବାହିତ ବୟସ୍କାମାନେ ଭାବୁଛନ୍ତି
ବୟସରେ ସାନ ହେଲେ ବି ଚଳିବ;
ବୟସ୍କ ନା ବାବା ନା ଏମିତି ହେଲେ ତ
ଜୀବନ ଛାତରେ ପାଣି ଟପଟପ ଗଳିବ!

ଡାକ୍ତରଙ୍କ ସ୍ତ୍ରୀମାନେ ନିଜ ପତିଙ୍କର
ସତ୍ୟାତ୍ବ ପରୀକ୍ଷା କରିଲା ପରେ;
ପଚାରୁଛନ୍ତି ତମେ କୋଉଠି ଡାକ୍ତରୀ ପଢିଛ,
ରାତି ଡ୍ୟୁଟି କର କୋଉଠାରେ?
ଯେଉଁ ପତ୍ନୀମାନେ ପତିଙ୍କ ଚୁଟିକଳା
କରୁଥିଲେ ଏବେ ଧଳା ଛାଡୁଛନ୍ତି;
ମାଟ୍ରିମୋନି ସାଇଟ୍ ସବୁ ଖୋଲି ନିଜ
ସ୍ବାମୀଙ୍କର ଫଟୋ ଖୋଜୁଛନ୍ତି!

ଡାକ୍ତରଙ୍କ ପାଖକୁ ଚିକିତ୍ସା ପରାମର୍ଶ ପାଇଁ
ଯାଇଥିବା ସାଂଘାତିକ ରୋଗୀଟି;
ସୁଯୋଗ ଦେଖି ପଚାରୁଛି ଆଜ୍ଞା
ସତ କହିବେ ଆପଣଙ୍କର କୋତୋଟି?
ଡାକ୍ତର କହିଲେ ପଚାରନି ଆଉ
ଗୋଟେ ଜରୁରୀ ରୋଗୀ ଆସିଥିଲା ରାତିରେ;
ହେଲେ ପତ୍ନୀ କହିଲେ ଯିଏ ମରୁଛି ମରୁ
ମୋ ସ୍ବାମୀ ଥାଆନ୍ତୁ ମୋ ପାଖରେ!

ଏହି ଘଟଣାରୁ ଏହି ଶିକ୍ଷା ମିଳିଲାକି
କେବଳ ଡାକ୍ତରନୁହଁ ସ୍ବାମୀ ମହାନ ଅଟନ୍ତି;
ବେଳ ପଡିଲେ ସ୍ବାମୀମାନେ ବି ଡାକ୍ତରଙ୍କଠାରୁ
ଅଧିକ ରୋଜଗାର କରି ପାରନ୍ତି!
ବେଶି ଉତ୍ସାହିତ ବି ହେବାନି
ଆମେ ନିଜର ସ୍ବାମୀ କି ଡାକ୍ତର ଅଛି ବୋଲି;
କିଏ କହି ପାରିବ ?
ଉଭୟ ସ୍ବାମୀ ଡାକ୍ତର ବି ହୋଇଥାଇ ପାରନ୍ତି ନକଲି!

Comments are closed, but trackbacks and pingbacks are open.