ଟିଟିଲାଗଡ଼: ବାଜୁଛି ଢୋଲ ନିଶାନ, ଚାଲିଛି ଛକକୁ ଛକ. ବାଟବରଣ । ଆଉ ଏସବୁ ସ୍ୱାଗତ, ବାଟବରଣ ଦେଖି ନେତାଏ ବି ଖୁସ. । ଟିଟିଲାଗଡ଼ରେ ଅନେକ ଦଳୀୟ ତୁଙ୍ଗ ନେତାଙ୍କ ଚାଲିଛି ମାରାଥନ ପ୍ରଚାର । ପ୍ରାର୍ଥୀ ନୁହେଁ ବରଂ ନେତାଙ୍କ ଚାଲିଛି କସରତ । ବିଜେପି ଏବଂ ବିଜେଡି ବିରୋଧରେ ବର୍ଷଛି କଂଗ୍ରେସ ।
ଚଳିତ ପଂଚାୟତ ନିର୍ବାଚନରେ ଗାଁକୁ ଗାଁ ଯାଇ ପ୍ରତି ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛି କଂଗ୍ରେସ । ନିର୍ବାଚନରେ ଆଦିବାସୀ ତଥା ପଛୁଆ ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ଉଚ୍ଛେଦ କରିବା ଘଟଣାକୁ ନେଇ ପ୍ରସଙ୍ଗ କରିଛି କଂଗ୍ରେସ..।
ସେପଟେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପୁଣି ଥରେ ନିଜ ପାଖରେ ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ବଲାଙ୍ଗୀର ସାଂସଦ ତଥା ପାଟଣା ମହାରାଣୀ ସଂଗୀତା କୁମାରୀ ସିଂ ଦେଓ । ଟିଟିଲାଗଡ଼ ବ୍ଲକ ଅଞ୍ଚଳର ଅନେକ ଗାଁ, ସାହି, ପଡ଼ା ବୁଲି ଲୋକଙ୍କ ସହ ଆଲୋଚନା କରି ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଗୁହାରି କରୁଛନ୍ତି ।
ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ପ୍ରାର୍ଥୀ ମାନଙ୍କ ନୁହେଁ ବରଂ ଶାସକ ଦଳର ମନ୍ତ୍ରୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ହେଉଛି । ତେବେ ଚଳିତ ନିର୍ବାଚନରେ ଭୋଟରଦଳକୁ ନୁହେଁ ପ୍ରାର୍ଥୀକୁ ଦେଖି ଭୋଟ ଦେବେ ବୋଳି କହିଛନ୍ତି….।
Comments are closed.