ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।
ବିହାର ବଗହା ବାସିନ୍ଦା ଗୁଡ୍ଡୁ ଶର୍ମା । ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଟାଟା ନାନୋ କାରକୁ ସେ ହେଲିକପ୍ଟର୍ରେ ପରିଣତ କରିଛନ୍ତି । ଗୁଡଡୁଙ୍କ ହେଲିକପ୍ଟରରେ କିଛି ସେନ୍ସେର୍ ଲାଗିଛି । ଯାହା ବଳରେ ଉପରେ ଲାଗିଥିବା ବ୍ଲେଡ ମଧ୍ୟ ଘୁରିଥାଏ । ଗୁଡଡୁଙ୍କ ଏହି ହେଲିକପ୍ଟରକୁ ସ୍ଥାନୀୟ ଲୋକେ ବିବାହ ପାଇଁ ଭଡାସୁତ୍ରରେ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ଟି ବିବାହରେ ଗୁଡ୍ଡୁଙ୍କ ହେଲିକପ୍ଟର୍ ଭଡା ପୂରଣ କରିଛି । ଯଦି କେହି ଏହି ହେଲିକପ୍ଟରକୁ ନେବାକୁ ଚାହିଁନ୍ତି , ତେବେ ସେମାନଙ୍କୁ ଭଡା ବାବଦକୁ ୧୪ ହଜାର ଟଙ୍କା ଦେବାକୁ ପଡିଥାଏ ।
ଗୁଡ୍ଡୁଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର ଓରଫ୍ ହେଲିକପ୍ଟର୍ରେ ସେ କାମ ଜାରି ରଖିଛନ୍ତି । ହେଲେ ଏ ଯାବତ ଏହା ଉଡିବାରେ ସକ୍ଷମ ହୋଇନାହିଁ । କେବଳ ଏହାକୁ ଅତ୍ୟାଧୁନିକ ଲୁକ୍ ଦେବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆଗାମୀ ଦିନରେ ଏହାକୁ ଉଡାଇବା ପାଇଁ ବିଭିନ୍ନ ପରୀକ୍ଷଣ ତଥା ସରଂଜାମ ବାବଦକୁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବାକୁ ଗୁଡ୍ଡୁ ଯୋଜନା ରଖିଛନ୍ତି ।
Comments are closed.