Latest Odisha News

BREAKING NEWS

ଓଡିଶାର ୮ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।

ବିଭାଗ ପକ୍ଷରୁ ସୁନ୍ଦରଗଡ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାକୁ ଆଲର୍ଟ ଜାରି କରିଛି ।

ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ ୩ଟା ୪୫ମି.ରୁ ସନ୍ଧ୍ୟା ୬ଟା ୪୫ମି. ଯାଏଁ ସାମାନ୍ୟରୁ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୩୦ରୁ ୪୦ କିମି. ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.