ନୂଆଦିଲ୍ଲୀ: ବୁଧବାର ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା ପାଇଁ ଭାରତ ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କରିଛି । ଏହି ଡ୍ରୋନ ୩ ବିଲିୟନ ଡଲାରରେ କିଣା ଯାଇଥାନ୍ତା । ଭାରତ ପାଖରେ ୨ଟି ସର୍ଭେଲାନ୍ସ ଡ୍ରୋନ ରହିଛି । ଏବେ ଇସ୍ରାଏଲର ହେରନ ଡ୍ରୋନକୁ ଅପଗ୍ରେଡ କରାଯାଉଛି । ଏଥିରେ ମିସାଇଲ, ଲେଜର ଗାଇଡ ବୋମାକୁ ଟାର୍ଗେଟ କରିବା ଦକ୍ଷତା ରହିବ । ଏହାକୁ ଆନୁମାନିକ ମୂଲ୍ୟ ୧୦ କୋଟି ଡଲାର ରହିଛି ।
ଭାରତୀୟ ନୌସେନା ଇଣ୍ଡୋନେସିଆର ସୁଣ୍ଡା ଷ୍ଟ୍ରାଇକ ପର୍ଯ୍ୟନ୍ତ ନଜର ରଖିବା ପାଇଁ ଏହି ଡ୍ରୋନ ବ୍ୟବହାର କରୁଛି । ସୂଚନାଯୋଗ୍ୟ, ଫେବୃୟାରୀ ୩ରେ ଭାରତ ସରକାର ଡ୍ରୋନ ଆମଦାନୀ ଓ ମାନବ ବିହୀନ ଯାନ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।
Comments are closed.