Latest Odisha News

BREAKING NEWS

ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ସାତଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।

ଏହା ସହ ତିନୋଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ ନେଇ ଯାଉଥିବା ସୁଚନା ମିଳିଛି । ତେଲେଙ୍ଗାନା ଛତିଶଗଡ ସୀମାନ୍ତରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାର୍ଯ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ ମାଓବାଦୀ । ହେଲେ ସିଆରପିଏଫ ବାହିନୀର ସୁରକ୍ଷା ବ୍ୟବସ୍ଥା ଭିତରେ ସେଠାରେ ଚାଲିଥିଲା ପୋଲ ନିର୍ମାଣ ।

ଗତକାଲି ରାତିରେ ଠିକା କମ୍ପାନୀ କେମ୍ପରେ କେହି ନଥିବା ବେଳେ ୪୦ ରୁ ୫୦ଜଣ ସଶସ୍ତ୍ର ନକ୍ସଲ ସେଠାରେ ପହଞ୍ଚି ଏହି ହିଂସା କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଡିଆରଜି ବାହିନୀ ପହଞ୍ଚି କମ୍ୱିଂ ଅପରେସନ ଆରମ୍ଭ କରିଛନ୍ତି ।

Comments are closed, but trackbacks and pingbacks are open.