ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଆଜି ସକାଳେ ତାଙ୍କ ଆକାଉଣ୍ଟକୁ କବଜାକୁ ନେଇଥିଲେ ହ୍ୟାକର । ମେସେଜ ବି ପୋଷ୍ଟ ହୋଇଥିଲା । ଯେଉଁଥିରେ ଲେଖାଥିଲା ରୁଷିଆ ଲୋକଙ୍କ ସହ ଠିଆ ହୁଅନ୍ତୁ । କ୍ରିପଟୋ କରେନ୍ସୀ ଦାନକୁ ସ୍ୱୀକାର କର । ଇଂରାଜୀ ସହ ହିନ୍ଦୀରେ ଏହି ପୋଷ୍ଟ କରିଥିଲେ ହ୍ୟାକର ।
ଆଉ ଗୋଟିଏ ଟ୍ୱିଟରେ ହ୍ୟାକର ଲେଖିଥିଲେ, ସରି ମୋର ଆକାଉଣ୍ଟ ହ୍ୟାକ୍ ହୋଇଛି । ମୁଁ ରୁଷିଆକୁ ଦାନ କରିବାକୁ ଚାହୁଁଛି କାରଣ ସେମାନେ ସାହାଯ୍ୟ ଚାହୁଁଛନ୍ତି । ଏହାର କିଛି ସମୟ ପରେ ଜେ. ପି. ନଡ୍ଡାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେସବୁ ଡିଲିଟ ହୋଇଥିଲା ।
ଏବେ ତାଙ୍କର ଆକାଉଣ୍ଟ ରିଷ୍ଟୋର ହୋଇଛି । କେମିତି ଓକେଉଁ ପରିସ୍ଥିତି ଆକାଉଣ୍ଟ ହ୍ୟାକ୍ ହେଲା ସେନେଇ ଟ୍ୱିଟର ସହ କଥାବାର୍ତ୍ତା କରିଛନ୍ତି ଜେ. ପି. ନଡ୍ଡା । ଆକାଉଣ୍ଟ ହ୍ୟାକ୍ ହେବା ପୂର୍ବରୁ ସେ ଉତ୍ତରପ୍ରଦେଶରେ ପଞ୍ଚମ ପର୍ୟ୍ୟାୟ ମତଦାନ ସମ୍ପର୍କିତ ଟ୍ୱିଟ୍ କରିଥିଲେ ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.