ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୪
ମିଟ୍ ମାଇ ୱାଇଫ୍..ଆରାଧ୍ୟା ।
‘ୱାଓ! ସୋ ବିଉଟିଫୁଲ୍ । ରିଏଲି ୟୁ ଆର ଲକି ମିଷ୍ଟର ବୈଭବ ।’
ଆରାଧ୍ୟା ଅତିଥିଙ୍କ ସହ ହାତ ମିଳେଇ ଓ ମିଛ ସ୍ମାଇଲିଙ୍ଗ୍ ଫେସ୍ କରି କରି ଥକି ପଡୁଥିଲା ।
ବୈଭବ କିଛି ଜଣଙ୍କ ସହ ସାକ୍ଷାତ କରେଇ ସାରି, ମଗ୍ନ ରହିଲେ ତାଙ୍କରି ସହ ।
ଆପଣ ଏକୁଟିଆ ବସିଛନ୍ତି । କ’ଣ ହେଲା ମ୍ୟାଡ଼ମ, ଦେହ ଭଲ ଲାଗୁନି କି?
ତୁମ ସାର୍ଙ୍କର ଏଇଟା କେତେ ନମ୍ବର ପେଗ୍ କୁମାର?
ଛାଡ଼ନ୍ତୁ ମ୍ୟାମ୍ । ଏସବୁ ହୁଏ । ଏମିତି ବି ଆଜି ଗୋଟେ ବଡ଼ ପ୍ରୋଜେକ୍ଟ ଫାଇନାଲ୍ ହେଲା । ସାର୍ ଖୁସି ଅଛନ୍ତି ।
ତାଙ୍କ ସହ ସେ କିଏ କୁମାର? ମେରୁନ୍ ଶାଢିରେ!
‘‘ଆଲିଆ’’ । ଆପଣଙ୍କୁ ନମସ୍କାର କରିଥିଲା । ଆପଣ ବୋଧେ ଅନ୍ୟମନସ୍କ ଥିଲେ ।
ହୁଁ ..ଭଲ ଡ଼୍ୟାନ୍ସ କରୁଛି ।
କୁମାର ଜାଣେ । ସେ ଆଡକୁ ଚାହିଁ ବା ଆବଶ୍ୟକ ନଥିଲା ।
ଆପଣ କିଛି ଖାଇଲେନି, ଆସନ୍ତୁ , ଲେଟ୍ ହେଲାଣି ।
ଆହୁରି ଲେଟ୍ ହବ?
ଏ ମ୍ୟୁଜିକ ମତେ ଆଦୌ ପସନ୍ଦ ନୁହେଁ’ ।
ଏ ଇ ତ’ ଡ଼୍ୟାନ୍ସ ଫ୍ଲୋର୍ ପାଇଁ ବଢିଆ । ଆପଣଙ୍କୁ ପସନ୍ଦ ନୁହେଁ?
ହୁଁ ..ନିହାତି ଭଲ ହେଇଥିବ, ତୁମ ସାର୍ ଓ ଆଲିଆର ଝୁମିବା ଷ୍ଟାଇଲ୍ରୁ ଜଣାପଡୁଛି । ଆଛା ତୁମେ ପିଅନି କି କୁମାର?
‘ରେୟାର ।’
‘ଆଉ ଡ଼୍ୟାନ୍ସ?’
ନା…ଆସେନା ମତେ । ପିଲାରୁ ଏ ସବୁରେ ଏକ୍ୟୁଏଣ୍ଟେଡଣ୍ଟ ନୁହେଁ ।
ଏଠାକୁ ଆସି ଜବ୍ କଲା ପରେ ଏ ସବୁ ଦେଖୁଛି ।
ଡିମ୍ ଆଲୁଅରେ ବୈଭବ ଓ ଆଲିଆର ଜୋଡି ଅନ୍ୟ ଜୋଡିମାନଙ୍କ ଠାରୁ ଯଥେଷ୍ଟ ଚତ୍ମକାର ଦିଶୁଛି । ଆରାଧ୍ୟା କାଉଚରେ ବସି ଦୂରରୁ ଲକ୍ଷ କରୁଥାଏ । ବୈଭବଙ୍କ ହାତ ଆଲିଆର ଲଙ୍ଗଳା କଟିରେ, ବେକରେ । କେବେକେବେ ପିଠିରେ ପହଁରୁଛି । ତା’ ଭେଲଭେଟ ମେରୁଇନ୍ ଶାଢ଼ି ଉପର ଦେଇ ତା’ ଶରୀରର ନିଷିଦ୍ଧ ଯାଗରେ ବି ହାତ ବୁଲି ଆସୁଛି । ଦିହେଁ ଖୁବ୍ ପାଖାପାଖି । ଦେହକୁ ଦେହ ଓଠକୁ ଓଠର ଦୂରତା କେତେ? ବୈଭବ କିଛି କହିଲେକି, ଆଲିଆ ଲାଜେଇ ଯାଇ ତାଙ୍କ ଛାତି ଉପରେ ଆଉଜି ପଡ଼ିଲା ।
ଡ଼୍ୟାନ୍ସ ଫ୍ଲୋର୍ରେ ଏତେ ସ୍ୱଳ୍ପ ଆଲୁଅ । ସମସ୍ତେ ନିଶାରେ ଚୁର୍ । ଠିକ୍ରେ ତ’ ଜମାରୁ ଦିଶୁନାହିଁ । କ’ଣ କହିଥିବ ବୈଭବଙ୍କ ରେଡ଼ ରେଡ଼ ଆଖି । ଆଖି! ଠିକ୍ ଆଲିଆର ଡିପ୍ ମେରୁଇନ୍ ଶାଢ଼ି ପରି ।
ଯାହା ବି ହୋଉ ଦିହେଁ ନିଶାରେ ଧୂତ୍ ଥିଲେ ବି, ମ୍ୟୁଜିକର ତାଳେତାଳେ ଏତେ ସୁନ୍ଦର ଝୁମି ପାରୁଛନ୍ତି ।
କ୍ରମଶଃ
Comments are closed.