Latest Odisha News

[ଭିଡିଓ] ପରକୀୟା ପ୍ରୀତିକୁ ନେଇ ଅମାନୁଷିକ ନିର୍ଯାତନା: ତାଲିବାନୀ ଷ୍ଟାଇଲରେ ପ୍ରେମିକଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ

ନବରଙ୍ଗପୁର: ଯୁବକଙ୍କୁ ମହଙ୍ଗା ପଡ଼ିଲା ରାତି ଅଧରେ ବିବାହିତା ପ୍ରେମିକାକୁ ଦେଖାକରିବା । ପରକୀୟା ପ୍ରୀତି ଧରାପଡ଼ିବା ପରେ ପ୍ରେମିକକୁ ବାନ୍ଧିଲେ ଗ୍ରାମବାସୀ । ନିସ୍ତୁକ ମାଡ଼ ମାରିବା ସହ ପ୍ରେମିକ ଉଲଗ୍ନ କରି ଯୌନାଙ୍ଗରେ ନିଆଁ ଚେଙ୍କ ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସିନ୍ଧୁଗୁଡ଼ା ଗାଁରେ ।

ସୂଚନା ଅନୁସାରେ, ପାପଡାହାଣ୍ଡି ଥାନା ସିନ୍ଧୁଗୁଡ଼ା ଗାଁରେ ରାତି ଅଧିରେ ଜଣେ ବିବାହିତା ମହିଳାଙ୍କ ଘରକୁ ପୁରୁଣା ପ୍ରେମିକା ଆସିଥିଲେ । ଏ ସମ୍ପର୍କରେ ଉକ୍ତ ମହିଳାଙ୍କ ସ୍ୱାମୀ ଜାଣିବା ପରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଧରିଲେ । ଯୁବକଙ୍କୁ ଗ୍ରାମବାସୀ ଅଟକ ରଖି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହା ସହିତ ଯୁବକଙ୍କୁ ଉଲଗ୍ନ କରି ତାଙ୍କ ଯୌନାଙ୍ଗରେ ସିଗାରେଟ୍ ଚେଙ୍କ ଲଗାଇଦେଇଥିଲେ । ପରେ ସମ୍ପୃକ୍ତ ମହିଳା ଓ ଯୁବକଙ୍କୁ ଗାଁରୁ ତଡ଼ି ଦେଇଥିଲେ । ବିଲମ୍ବିତ ରାତିରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଦଣ୍ଡର ଶିକାର ହୋଇଥିବା ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାକୁ ଗଭୀର ଭାବେ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉଥିବା ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃର୍ଷ୍ଣ ବେହେରା କହିଛନ୍ତି ।

ଏବେ ଆମ ସମାଜରେ ପ୍ରତିଦିନ ଘଟି ଚାଲିଛି ଅପରାଧ, ନିର୍ଯାତନା ଓ ହିଂସାକାଣ୍ଡ । ହିଂସା, ନିର୍ଯ୍ୟାତନା ଓ ମାରପିଟ୍ ଭିତରେ ଅଭ୍ୟସ୍ତ ହୋଇପଡ଼ିଛି ମଣିଷ । ତେବେ ଗ୍ରାମବାସୀ ଏଭଳି ଆଇନକୁ ହାତକୁ ନେଇ ଯୁବକଙ୍କୁ ଉଲଗ୍ନକରି ମାଡ଼ ମାରିବା ଓ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେବା କେତେ ଦୂର ଠିକ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.