Latest Odisha News

ପୋଲାଣ୍ଡ ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି !

ମସ୍କୋ: ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ପୋଲାଣ୍ଡ ପଳାଇଥିବା ନେଇ ରୁଷ ମିଡିଆରେ ଖବର ପ୍ରକାଶ ପାଇଛି । ଜପୋରଝିଆ ନ୍ୟୁକ୍ଲିୟର ପ୍ଲାଂଟ ଉପରେ ରୁଷିଆ କବଜା କରିବା ପରେ ଏହି ଖବର ସମ୍ମୁଖକୁ ଆସିଛି । ଅବଶ୍ୟ ଏହାର ସତ୍ୟତା ପୃଷ୍ଟି ହୋଇ ନାହିଁ । ଜେଲେଂସ୍କି ଚାହିଁଲେ ଆମେ ତାକୁ ଏୟାରଲିଫ୍ଟ କରି ନେଇଯିବୁ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା । ମାତ୍ର ଜେଲେଂସ୍କି ନିଜ ଦେଶ ଛାଡି ଯିବେ ନାହିଁ ବୋଲି ଦୃଢ଼ତା ସହକାରେ କହିଥିଲେ ।

ତେବେ ସିଆଇଏ ତାଙ୍କୁ ଦେଶ ଛାଡିବା ନେଇ ସହଯୋଗ କରିଥିବା ଅନୁମାନ କରାଯାଉଛି । ୯ମ ଦିନରେ ରୁଷ ଏବେ ବି ୟୁକ୍ରେନ ଉପରେ ଘନ ଘନ ରକେଟ ମାଡ କରୁଛି । ଏଥିରୁ ସ୍କୁଲ, ନ୍ୟୁକ୍ଲିୟର ପ୍ଲାଂଟ ବାଦ ପଡୁ ନାହିଁ । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତିତ ହୋଇ ପଡିଛି ।

Comments are closed.