Latest Odisha News

BREAKING NEWS

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରୁଷର ରକେଟ ମାଡ଼

କିଭ୍(ୟୁକ୍ରେନ୍): ୧୦ ଦିନ ହେଲାଣି ରୁଷ୍-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରାଜଧାନୀ କିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଭବନ ଉପରେ ରକେଡ୍ ମାଡ଼ ହୋଇଛି । ତେବେ ରୁଷ୍ ଟାର୍ଗେଟକୁ ହାତଛଡ଼ା କରିଥିବା ଜେଲେନସ୍କି କହିଛନ୍ତି । ରୁଷର ରକେଟ୍ ରାଷ୍ଟ୍ରପତି ଭବନ ବାହାରେ ମାଡ଼ ହୋଇଥିଲା । ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ପୁଣି ଥରେ ରୁଷ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୂର୍ବରୁ ତିନି ଥର ହତ୍ୟା ଉଦ୍ୟମ କରାଯାଇଥିଲା । ଏନେଇ ଆମେରିକୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଯୁଦ୍ଧ ବେଳେ ରୁଷ ସେନା ରାଷ୍ଟ୍ରପତି ଭବନ ଉପରେ ରକେଟ୍ ମାଡ଼ କରି ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ଦାବି କରିଛି ୟୁକ୍ରେନ୍ । ବିଭିନ୍ନ ସହରରେ ରୁଷ ସେନା ଏବେ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି । ୧୦ ଦିନରେ ୟୁକ୍ରେନକୁ ଅସ୍ଥିର କରି ପକାଇଛି ରୁଷ୍ ସୈନ୍ୟ ।

Comments are closed.