Latest Odisha News

BREAKING NEWS

୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ

କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍ ସହର ଛାରଖାର ହୋଇଛି । ରାଜଧାନୀ କିଭ ଦେଖନ୍ତୁ ଭୟଙ୍କର ଯୁଦ୍ଧ ।

ୟୁକ୍ରେନ ଆକାଶରେ ଯୁଦ୍ଧର ଆତଙ୍କ ଖେଳାଉଛି ରୁଷ୍ । ଚାରିପଟୁ ଘେରି ହମଲା ପରେ ହମଲା କରୁଛି । ବହୁ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ସହର, ଆବାସିକ ସ୍ଥଳୀ ଉପରେ ଖସୁଛି ରକେଟ୍ । ୧୨ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ିଲେଣି । ଯୁଦ୍ଧରେ ଗଲାଣି ବହୁ ସାଧାରଣ ନାଗରିକଙ୍କର ଜୀବନ । ହଜାର ହଜାର ଲୋକ ଆହତ ହୋଇଛନ୍ତି ।
ରାଜଧାନୀ କିଭକୁ ଛାଡିଦେଲେ ୟୁକ୍ରେନର ବିଭିନ୍ନ ସହରରେ ଦବଦବା ଜାହିର କରୁଛନ୍ତି ରୁଷ୍ ସୈନିକ । ଭତ୍ତରରେ ଖାରକିଭ୍, ସୁମି ଓ ଚେର୍ଣ୍ଣିହିଭ୍ ସହରରେ ଜୋରଦାର ଲଢ଼େଇ ଚାଲିଛି । ଦକ୍ଷିଣରେ ଖେରସୋନକୁ ଦଖଲରେ ନେଇ ସାରିଛି ରୁଷ୍ । ଏବେ ମାରିଉପୁଲ ଏବଂ ପୋର୍ଟ ସିଟି ଓଡ଼େଶା ଦଖଲ ପାଇଁ କଳବଳ ଲଗାଇ ଦେଇଛି ପୁଟିନ୍ ସେନା । କେବଳ କିଭ୍ ରାଜରାସ୍ତାରେ ଏଯାଏ ରୁଷର ଟ୍ୟାଙ୍କ ନାହିଁ ।

କିଭ୍ ଅଭିମୁଖେ ରୁଷର ଏକ ବିରାଟ ସେନା ଆସୁଛି । ସେମାନେ ରାଜଧାନୀଠାରୁ କିଛି କିଲୋମିଟର ଦୂରରେ ରହିଛନ୍ତି । ଏଯାଏ କିଭ୍ ୟୁକ୍ରେନ୍ ନିୟନ୍ତ୍ରଣରେ ରହିଛି । କିନ୍ତୁ ରୁଷ୍ ସୈନ୍ୟ ମାଷ୍ଟରପ୍ଲାନ୍ ସହ କିଭ୍ ଅଭିମୁଖେ ବଢୁଛନ୍ତି । ଚାରିପଟୁ ଘେରାବନ୍ଦୀ କରି ସାରିଲେଣି । ରୁଷ୍ କିଭ୍ କବଜା କରି ନପାରିଲେ ଯୁଦ୍ଧ ଆହୁରି ଅନେକ ଦିନ ଚାଲିବ ।

Comments are closed, but trackbacks and pingbacks are open.