Latest Odisha News

BREAKING NEWS

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ମହିଳା ଜଣକ ତହସିଲଦାରଙ୍କ ପାଖକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ତହସିଲଦାର ତାଙ୍କ କଥା ନଶୁଣି ଅଫିସରୁ ଚାଲିଯିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି ।

Comments are closed.