Latest Odisha News

BREAKING NEWS

ଋଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ହାଭରଶୋଭକା ବିମାନବନ୍ଦର ନଷ୍ଟ

ଭୁବନେଶ୍ୱର: ଋଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଆଜି ଋଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଟ ହୋଇଛି । ଏନେଇ ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେନେଲକ୍ସି ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ୟୁକ୍ରେନ ଆକାଶକୁ ପୁଣି ଥରେ ନୋ ଫ୍ଲାଏ ଜୋନ ଲାଗୁ କରିବାକୁ ବିଶ୍ୱ ନିକଟରେ ଦାବି କରିଛି । ବିମାନ ବନ୍ଦର ଉପରେ ବିସ୍ଫୋରଣ ଦୃଶ୍ୟର ଭିଡିଓ ଜାରି କରି ଜେଲେନସ୍କି କହଛନ୍ତି ଋଷର ଏୟାରଷ୍ଟ୍ରାଇକରେ ଆମର ଏକ ବିମାନ ବନ୍ଦର ଜଳିଗଲା ।

ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭିନ୍ୟତସିଆ ସହରରେ ରୁଷର ୮ଟି ମିଶାଇଲ ମାଡ଼ କରାଯାଇଛି। ୟୁକ୍ରେନ୍ର ଏହା ହେଉଛି ଏକ ପ୍ରମୁଖ ସହର। ପୁଟିନ୍ କାପୁରଷ ଏବଂ ବର୍ବୋଚରିତ ଭାବେ ମିସାଇଲ ଆକ୍ରମଣ ଜାରି ରଖିଛନ୍ତି । ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷଣ କରୁଛନ୍ତି। ଆମକୁ ରକ୍ଷା କର। ତୁରନ୍ତ ୟୁକ୍ରେନ୍ ଆକାଶକୁ ନୋ ଫ୍ଲାଏ ଜୋନ୍ ଲାଗୁ କର। ଆମ ଜୀବନକୁ ବଞ୍ଚାଅ କହି ନିବେଦନ କରିଛନ୍ତି।

ଏଥିସହ ସେ ସାମରିକ ସହାୟତା ମାଗିଛନ୍ତି। ଆମକୁ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଓ କମ୍ବାଟ ଏୟାର କ୍ରାଫ୍ଟ ଦିଅ। ରୁଷର ଆତଙ୍କବାଦକୁ ବନ୍ଦ କର ବୋଲି ସେ ନିବେଦନ ଜକରିଛନ୍ତି।

Comments are closed.