Latest Odisha News

BREAKING NEWS

ଆସନ୍ତା ୨୬ରେ ଓକିଲ ସଂଘ ନିର୍ବାଚନ : କ୍ୟାମ୍ପେନ୍ ଜୋରଦାର ,ସଭାପତି ପଦ ପାଇଁ ଲଢିବେ ୫ ଜଣ ପ୍ରାର୍ଥୀ

ଭୁବନେଶ୍ୱର : ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି । ଚଳିତ ଥର ବାର୍ ନିର୍ବାଚନରେ ୫ ଜଣ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି ।ଏଥିପାଇଁ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ କସରତ ଆରମ୍ଭ କଲେଣି।

ସଭାପତି ପଦ ପାଇଁ ପ୍ରାର୍ଥୀମାନେ ହେଲେ ଆଇନଜୀବୀ ପ୍ରମୋଦ କୁମାର ପଟ୍ଟନାୟକ ,ନିର୍ମଳ କିଶୋର ରଥ,ତୁଷାରକାନ୍ତି ମହାପାତ୍ର,ରବି ନାରାୟଣ ସାମନ୍ତରାୟ, ଶିବ ପ୍ରସାଦ ସିଂ । ଉପସଭାପତି ପାଇଁ ଅଞ୍ଚନ କୁମାର ସାମନ୍ତରାୟ, ଅଭିମନ୍ୟୁ ସ୍ୱାଇଁ ମଇଦାନକୁ ଓହ୍ଲାଇଛନ୍ତି ।ସାଧରଣ ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଆଇନଜୀବୀ ହେଲେ ବିଶ୍ୱ ନାରାୟଣ ମହାନ୍ତି, ରାଜ କିଶୋର ଦାସ,ତପନ କୁମାର ହରିଚନ୍ଦନ ବୋଲି ଜଣାପଡିଛି ।ଆସନ୍ତା ୨୬ ତାରିଖରେ ଓକିଲ ସଂଘ ନିର୍ବାଚନ ଥିବାବେଳେ । କିଏ ବାଜିମାତ୍ କରିବ ତାହା ଫଳାଫଳ ବାହାରିବା ପରେ ଜଣାପଡିବ ।

Comments are closed.