Latest Odisha News

BREAKING NEWS

ୟୁପିରେ ପୁଣି ଯୋଗୀ ରାଜ୍ : ୩୭ ବର୍ଷ ପରେ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ  ୩୭ ବର୍ଷ ପରେ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ ।

୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

Comments are closed, but trackbacks and pingbacks are open.