ଲାହୋର:ପାକିସ୍ତାନରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ୨୫ କିମ୍ବା ୨୮ ମାର୍ଚ୍ଚରେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆସିବ । କେତେକ ରିପୋର୍ଟ ଅନୁସାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଇତି ମଧ୍ୟରେ ଇମ୍ରାନଙ୍କ ନିକଟତମ ବିବେଚନା କରାଯାଉଥିବା ପୂର୍ବ ପରାମର୍ଶଦାତା ଶହଜାଦ ଆକବର, ଚିଫ ସେକ୍ରେଟାରୀ ଆଜାମ ଖାଁ ଓ ପୂର୍ବ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦ ଦେଶ ଛାଡି ପଳାଇଛନ୍ତି ।
ଏହି ୩ଜଣ ଦେଶ ଛାଡିବା ପାକିସ୍ତାନରେ କିଛି ବଡ ହେବାକୁ ଯାଉଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଦେଶର ପ୍ରମୁଖ ସାମ୍ବାଦିକମାନେ ମଧ୍ୟ ଇମ୍ରାନଙ୍କ କାର୍ଯ୍ୟକାଳ ସରିବା ନେଇ ସୂଚନା ଦେବା ଆରମ୍ଭ କରିଛନ୍ତି ।
Comments are closed.