Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଭଗବାନ ଶ୍ରୀକୃଷ୍ଣ ଉଭୟଙ୍କୁ ସମାନ ଭାବରେ ବିବେଚନା କରାଯାଏ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଅବତାର ମଧ୍ୟରେ ନିଆ ଯାଇ ନାହିଁ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ହିଁ ଜଗଦୀଶ୍ଵର ରୂପେ ସ୍ତୁୟମାନ । ଶାସ୍ତ୍ର କହେ “କୃଷ୍ଣସ୍ତୁ ଭଗବାନ ସ୍ୱୟଂ “ । ଦ୍ୱାପର ଯୁଗର ଭଗବାନ (ଶ୍ରୀକୃଷ୍ଣ )ଶ୍ୟାମଳ ବର୍ଣ୍ଣ ହୋଇ ପିତାମ୍ବର ପରିଧାନ କରନ୍ତି । ସେ ଉଭୟ ବୈଦିକ ଓ ତନ୍ତ୍ର ପଦ୍ଧତିରେ ପୂଜିତ ହୁଅନ୍ତି । ଭଗବାନ ଶ୍ରୀକୃଷ୍ଣ ମହାରାଜା ଲକ୍ଷଣରେ ଲକ୍ଷିତ । ଅର୍ଥାତ ଦଣ୍ଡ, ଛତ୍ର ଓ ଚାମର ସେବାରେ ସେ ସେବିତଭି ପ୍ରଭୁ ଶ୍ରୀଜଗନ୍ନାଥ (ଚତୃଦ୍ଧl ମୂର୍ତ୍ତି )ମଧ୍ୟ ମହାରାଜା ଲକ୍ଷଣରେ ସେବିତ । ଏହାଙ୍କୁ ଦଣ୍ଡ, ଛତ୍ର, ଚାମର ସେବା ସହିତ ଗନ୍ଧ, ଚନ୍ଦନ, କସ୍ତୁରୀ ଆଦି ପରିସେବିତ ହୁଏ ।

ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ବେଶ କଥା ସମସ୍ତଙ୍କୁ ଜଣା । ସେହି ଗନ୍ଧ, ଚନ୍ଦନ, କସ୍ତୁରୀ ବେଶ କରୁ କରୁ କୁବୁଜା ମୁକ୍ତି ପାଇଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ଗୋପୀ ମେଳରେ ରାସ ସର୍ବଜନ ବିଦିତ । ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତ ମେଳରେ ରାସ ଅବା ଭକ୍ତଙ୍କ ସହିତ ରାସ ମଧ୍ୟ ଏକ ବିଶେଷ ଗୁଣ । ଏବେ ଦେବଦାସୀ ନାହାନ୍ତି । ଆଗେ ବଡ଼ସିଂହାର ବେଶ ପରେ ଦେବଦାସୀଙ୍କ ନୃତ୍ୟ ଓ ଗୀତଶୁଣିଲେ ହିଁ ପ୍ରଭୁଙ୍କର ମନତୋଷ ହେଉଥିଲା । ହଁ ଏବେ ଭକ୍ତଙ୍କ ଭଜନରେ ପ୍ରଭୁଙ୍କୁ ଆପlୟିତ ହେବାକୁ ପଡୁଛି । ତଥାପି ସେ ରାଜାଧିରାଜ, । ଶ୍ରୀମନ୍ଦିର ରେ ପ୍ରଚଳିତ ରାଜରାଜେଶ୍ୱର ବେଶ ଏହାର ପ୍ରମାଣ ।

ଏଠାରେ ଆମେ ଶ୍ରୀଜଗନ୍ନାଥଙ୍କ ଚତୃଦ୍ଧl ମୂର୍ତ୍ତି ବା ଚତୁବୃହ୍ୟ ରୁପ କଥା ଆଗରୁ ଆଲୋଚନା କରିଛେ । ଜଣାଯାଏ ଦ୍ୱାପର ଯୁଗରୁ ଏହି ଚତୁବୃହ୍ୟ ରୁପ ବା ତତ୍ତ୍ୱର ଉଦ୍ଭବ ହୋଇଥିଲା । ଭାଗବତ କହେ “ନମସ୍ତେ ବାସୁଦେବାୟ ନମଃ ସଙ୍କର୍ଷଣlୟ ଚ, ପ୍ରଦ୍ୟୁମ୍ନ ଅନିରୁଦ୍ଧlୟ ତୁଭ୍ୟଂ ଭଗବତେ ନମଃ । ” ଅର୍ଥାତ ଦ୍ୱାପର ଯୁଗରେ ପ୍ରଭୁଙ୍କର ବାସୁଦେବ, ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ ଏହି ନାମର ବହୁଳ ବ୍ୟବହାର ଦେଖାଯାଏ । ଏହା ଛଡା ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ନାରାୟଣ, ବିଶେଶ୍ୱର, ନର, ମହାତ୍ମା ଓ ବିଶ୍ୱରୁପ, ଏମିତିକି ସର୍ବଭୁତାତ୍ମା ଭାବରେ ପାର୍ଥନା କରାଯାଇଛି । ଯଥା :  “ନାରାୟଣlୟ, ରୃଷୟେ ପୁରୁଷlୟ ମହାତ୍ମନେ, ବିଶେଶ୍ୱରlୟ, ବିଶ୍ୱlୟ ସର୍ବଭୁତlତ୍ମନେ ନମଃ, ଇତି ଦ୍ୱାପର ଉର୍ବଶୀ ସ୍ତୁବନ୍ତି ଜଗଦୀଶ୍ୱରମ (ଭାଗବତ ୧୧ /୫ / ୨୯ -୩୦ -୩୧ ) ଅର୍ଥାତ ହେ ଜ୍ଞାନ ସ୍ୱରୂପ ଭଗବାନ ବାସୁଦେବ ଓ ହେ କ୍ରିୟାଶକ୍ତି ରୁପ ଶଙ୍କର୍ଷଣ, ହେ ପ୍ରଦ୍ୟୁମ୍ନ, ହେ ଅନିରୁଦ୍ଧ ଆମେ ଆପଣଙ୍କୁ ପ୍ରଣାମ କରୁଛୁ ।

ପରଂବ୍ରହ୍ମ ବିଷ୍ଣୁଙ୍କର ଏକରସ ରୁପ ଭଗବାନ ଶ୍ରୀକୃଷ୍ଣ, ସେହିଁ ବର୍ତ୍ତମାନ ଜଗଦୀଶ୍ଵର ଶ୍ରୀଜଗନ୍ନାଥ, ଉଭୟ ଜ୍ଞାନ ଓ କ୍ରିୟା ଶକ୍ତି ସ୍ୱରୂପ ଥିବାରୁ ସେ ସ୍ୱୟଂ ସମ୍ପୂର୍ଣ । ତଥାପି ରଙ୍ଗ ବା ବର୍ଣ୍ଣ ସ୍ୱରୂପରେ ବର୍ତ୍ତମାନ ବ୍ରହ୍ମl ସ୍ୱରୂପ ସୁଭଦ୍ରାଙ୍କୁ ଦ୍ୱାପର ଯୁଗର ପ୍ରତୀକ ଭାବରେ ଗ୍ରହଣ କରିବା ଓ ଚତୃଦ୍ଧl ମୂର୍ତ୍ତିଙ୍କ ଆରାଧନା କରିବା ଯଥା :
“ମହାମ୍ବୋଧେସ୍ତିରେ କନକ ରୁଚିରେ ନୀଳଶିଖରେ, ବସନ ପ୍ରସାଦାନ୍ତଃ ସହଜବଳଭଦ୍ରେଣ ବଳିନl, ସୁଭଦ୍ରା ମଧ୍ୟସ୍ଥ ସକଳସୁରସେବା ବସରଦୋ । ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ “
(ଶ୍ରୀଜଗନ୍ନାଥ ଅଷ୍ଟକମ )

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.