Latest Odisha News

BREAKING NEWS

ନୂଆପଡା: ପୋଖରୀରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଥିବା ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ଗୁରୁବାର ଦିନ ତାଙ୍କ ମରଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ।

ମୃତକଙ୍କ ନାମ ଶିତଲ ବାଘେଲ (୧୯), ତନିଶା (୧୩) ବୋଲି ଜଣାପଡିଛି । ଦୁହେଁ ଛତିଶଗଡସ୍ଥିତ ରାୟପୁରର ବାସିନ୍ଦା ବୋଲି ସୁତ୍ରରୁ ପ୍ରକଶ ।

ସୂଚନା ଅନୁଯାୟୀ ଦୁହେଁ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏପଟେ ପୋଖରୀରେ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ଅଚାନକ ପାଣିରେ ବୁଡିଯାଉଥିବା ବେଳେ ତାଙ୍କ ଜେଜେମା’ ସେମାନଙ୍କୁ ବଞ୍ଚାଇବା ଲାଗି ଲୋକମାନଙ୍କୁ ଡାକ ପକାଇଥିଲେ । ଗ୍ରାମବାସୀମାନେ ଉଦ୍ଧାର ଲାଗି ଆସିଥିଲେ ମଧ୍ୟ ଦୁହେଁ ପାଣିରେ ବୁଡି ଯାଇଥିଲେ ।

ଖବର ପାଇ ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପରେ ପୋଲିସ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.