Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୨ ବର୍ଷରେ ଥରେ ପ୍ରସ୍ଫୁଟିତ ରହସ୍ୟମୟୀ ଦୁର୍ଲ୍ଲଭ ନୀଲକୁରିଞ୍ଜି ଫୁଲ

ତାର ରଙ୍ଗରୂପ ବେଶ ନିଆରା। ସବୁ ଦିନ କି ସବୁ ଋତୁରେ ଆସେନି। ବହୁ ଦୁର୍ଲ୍ଲଭ ଆଉ ରହସ୍ୟମୟୀ ହେଉଛି ସେ। ବହୁ ବର୍ଷରେ ଥରେ ଆଗମନ ହୋଇଥାଏ। ଆଉ ତାର ସୌନ୍ଦର୍ଯ୍ୟର ଫୁଆରା ସବୁଆଡେ ବିଚ୍ଛୁରିତ ହୋଇଯାଏ। ତାକୁ ଦେଖିବାକୁ ଦେଶ ବିଦେଶରୁ ବି ଲୋକ ଛୁଟି ଆସନ୍ତି।  ଏ ହେଉଛି ସେହି ରହସ୍ୟମୟୀ ଦୁର୍ଲ୍ଲଭ ନୀଲକୁରିଞ୍ଜି ଫୁଲ। ଫୁଲର ରଙ୍ଗ ଆଉ ବାସ୍ନା ବି ବେଶ ମନଲୋଭା।

ଫୁଲ ପେଂଥା ଗୁଡିକ ଯେ କେହି ଦେଖିଲେ ବି ଘଡିଏ ଅଟକି ଯିବ। ଫୁଲ ଭିତରେ ଏହାର ହାଲକା ବାଇଗଣୀ ରଙ୍ଗର ଫୁଲ ବେଶ ଆକର୍ଷଣୀୟ। ଏହା ହେଉଛି ନୀଳକୁରିଞ୍ଜ ଫୁଲ। ସବୁଠୁ ବଡ଼ କଥା ହେଲା ଏହି ଫୁଲ କିନ୍ତୁ କେବଳ ଭାରତରେ ଫୁଟିଥାଏ। ତା ପୁଣି ୧୨ ବର୍ଷରେ ଥରେ। ଆଉ ଫୁଟିବା ସମୟରେ ଏହା ପାଲଟିଥାଏ ସମଗ୍ର ଏରିଆର ଆକର୍ଷଣର କେନ୍ଦ୍ର ବିନ୍ଦୁ। କେବଳ କେରଳ ଓ ତାମିଲନାଡ଼ୁରେ ଦେଖିବାକୁ ମିଳେ ଏହି ଫୁଲ।

ଫୁଲ ଫୁଟିବାରେ ସମୟ ହେଉଛି ଅଗଷ୍ଟରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ। ଏହାକୁ ନେଇ ବିଭିନ୍ନ ମତ ସବୁ ରହିଛି । କୁହାଯାଏ କେରଳର ମୁଥୁବନ୍ ଜନଜାତିର ଲୋକମାନେ ଏହି ଫୁଲକୁ ପ୍ରେମର ପ୍ରତୀକ ଭାବେ ମାନିଥାନ୍ତି ।

ନୀଳକୁରିଞ୍ଜୀ ଫୁଲ ପାଇଁ ସ୍ୱତନ୍ତ୍ର କୁରିଞ୍ଜୀମାଲା ନାମରେ ଏକ ସଂରକ୍ଷିତ ଅଞ୍ଚଳ ବା ସେନଚ୍ୟୁରୀ ତିଆରି କରାଯାଇଛି । ଯାହା ମୁନ୍ନାରରୁ ୪୫ କିମି ଦୂରରେ ଅବସ୍ଥିତ । ୨୦୦୬ ରେ, କେରଳର ୩୨ ବର୍ଗ କିଲୋମିଟର ଜଙ୍ଗଲ ଏହି ଫୁଲର ସୁରକ୍ଷା ପାଇଁ ସଂରକ୍ଷିତ ଥିଲା । ଏହାର ନାମ କୁରିଞ୍ଜୀମାଲା ସେନଚ୍ୟୁରୀ ରଖାଯାଇଥିଲା।

ନୀଳକୁରିଞ୍ଜୀ ଫୁଲକୁ କେରଳର ସମୃଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ, କାରଣ ଏହାର ଫୁଲ ରାଜ୍ୟ ପର୍ଯ୍ୟଟନରେ ବିପୁଳ ଲାଭ ଆଣିଥାଏ ଏବଂ ଲୋକମାନେ ସେମାନଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆସିଥାନ୍ତି ।

ଏହି ଫୁଲକୁ ସମୃଦ୍ଧିର ପ୍ରତୀକ କୁହାଯାଉଥିବା ବେଳେ ବେଶ୍ ରହସ୍ୟମୟୀ ହେଉଛି ଫୁଲ । ଦୀର୍ଘ ବର୍ଷ ପରେ ପ୍ରସ୍ଫୁଟିତ ହୋଇ ବିଚ୍ଛୁରିତ ହେବା ପରେ ପୁଣି କୁଆଡେ ଉଭାନ୍ ହୋଇଯାଏ ଏହି ରହସ୍ୟମୟୀ ନିଲକୁରିଞ୍ଜ।. . .

 

Leave A Reply

Your email address will not be published.